୨୫ ହଜାରରୁ କମ୍‌ ପ୍ରସାରଣ ସମ୍ବାଦପତ୍ରକୁ ଜିଏସ୍‌ଟିରୁ ବାଦ୍‌ ଦିଆଯାଉ : ରବି ରଥ

କାନପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବଡ଼ ସମ୍ବାଦପତ୍ର ମାନଙ୍କୁ ସୁହାଇଲା ଭଳି ଆଇନ ଲାଗି କରୁଥୁବା ଯୋଗୁଁ କ୍ଷଦୁ ଓ ମଧ୍ୟମ ସମ୍ବାଦପତ୍ର ଗୁଡିକ ଏହାର ଶିକାର ହେବା ସହ ହଜାର ହଜାର ସମ୍ବାଦପତ୍ର ପ୍ରକାଶନ ବନ୍ଦ ହେବାରେ ଲାଗିଛି ବୋଲି ଅଖିଳ ଭାରତ କ୍ଷଦୁ ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡିଶା ଶାଖା ସଭାପତି ତଥା କେନ୍ଦ୍ର ସାମ୍ବାଦିକ ଅଧିସ୍ୱୀକୃତି କମିଟି ସଦସ୍ୟ ରବି ରଥ ଉତ୍ତରପ୍ରଦେଶର କାନପୁର ଠାରେ ଅନୁଷ୍ଠିତ ଏଏସଏମଏନଆଇର ରାଷ୍ଟ୍ରୀୟ ବୈଠକରେ ଉପରୋକ୍ତ ମନ୍ତବ୍ୟ ଦେବା ସହ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ୨୫ ହଜାରରୁ କମ ପ୍ରକାଶ ପାଉଥିବା ଆଞ୍ଚଳିକ ସମ୍ବାଦପତ୍ର ଗୁଡିକ ଜିଏସଟି ବାଦ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଥିଲେ । ସେ କହିଲେ ଏହି ସମ୍ବାଦପତ୍ର ଗୁଡ଼ିକୁ ପ୍ରେସ କାଉନସିଲର ପକ୍ଷରୁ ମଧ୍ୟ ଲେଭି ପ୍ରଦାନରୁ ବାଦ ଦିଆଯାଇଛି । ୨୦ ଲକ୍ଷରୁ କମ ବ୍ୟବସାୟ କାରବାର କରୁଥିବା ସମ୍ବାଦପତ୍ରଗୁଡ଼ିକୁ ଜିଏସଟି ଲାଗୁ କରିବାର ଆବଶ୍ୟକତା ନଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଥିଲେ । ଅଖଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର  ମହାସଂଘର ସଭାପତି  ଚାନ୍ଦୋଲାଙ୍କ ଅଧ୍ୟକ୍ଷତାରେ ଅନି ଷ୍ଠୁ ତ ଏହି ଜାତୀୟ ବୈଠକରେ ସଂଘର ସାଧାରଣ ସମ୍ପାଦକ ଶଙ୍କର କାଟୋରିଆ , ସଂଗଠନ ସମ୍ପାଦକ ଲଙ୍ଗସି ଟେରେଣ୍ଟି , ବେଣୁ ଗୋପାଳ ନାୟକ, ପୂର୍ବତନ  ସାଧାରଣ ସମ୍ପାଦକ ଅଶୋକ ଚତୁର୍ବେଦୀ, ସଂଗଠନ ସମ୍ପାଦକ ନର୍ଶା ରାସ୍ତୋଗି ଓ ଅନନ୍ତ ଶର୍ମା , ଉତ୍ତରପ୍ରଦେଶ ରାଜ୍ୟ ସଭାପତି ପ୍ରେସ କାଉନସଲ ମେମ୍ବର ଶ୍ୟାମସିଙ୍ଗ ପାୱାର , ଆନ୍ଧ୍ର ପ୍ରଦେଶର ସଭାପତି  ସତୀଶ ବାବୁ , ଦେବକୀ ଦେବୀ ଚାନ୍ଦୋଲା ପ୍ରମୁଖ  ଆଲୋଚନାରେ ଅଂଶଗ୍ରହଣ  କରି ସେମାନଙ୍କ ରାଜ୍ୟରେ ସମ୍ବାଦପତ୍ର ଗୁଡିକର  ବିଭିନ୍ନ  ସମସ୍ୟା ଓ ଏହାର ନିରାକରଣ ପାଇଁ  ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ସଭାପତି  ଚାନ୍ଦୋଲା ଏ ସମ୍ପର୍କରେ କେନ୍ଦ୍ରର  ସରକାରଙ୍କ ଦୃଷ୍ଟି ଆକର୍ଷଣ  କରିବା  ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏ ଦିଗରେ ସେ ସୂଚନା ପ୍ରସାରଣ  ବିଭାଗ ସହ ଯୋଗସୂତ୍ର  ରକ୍ଷା କରିଛନ୍ତି ବୋଲି କହିଥିଲେ । ଜିଏସଟି ସମ୍ପକି ରେ ସେ ଅର୍ଥ ମନ୍ତ୍ରୀଙ୍କୁ  ଏକ ସ୍ମାରକ ସଂଗଠନ ପକ୍ଷରୁ  ପ୍ରଦାନ କରାଯିବ  ବୋଲି ମତ ଦେଇଥି ଲେ । ଏହି ବୈଠକରେ  ବିଭିନ୍ନ  ରାଜ୍ୟର ପ୍ରତିନିଧିମାନେ ନିଜ  ନିଜ ରାଜ୍ୟର ସାଙ୍ଗଠନିକ ସ୍ଥିତି ଓ  ଏହାକୁ କିପରି ଆହୁରି ସୁଦୃଢ଼ କରାଯିବ ସେଦିଗରେ ଆଲୋଚନା କରିଥିଲେ । 

ରିପୋର୍ଟ : ରବି ରଥ