୩କୋଟି୨୫ଲକ୍ଷ ବ୍ୟୟରେ ହେଲା ରେଳ ଅଣ୍ଡର ପାସ୍ : ସାଂସଦ କଲେ ଶିଳାନ୍ୟାସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ରାଜଘାଟ-ଅମର୍ଦ୍ଦାରୋଡ ମଧ୍ୟରେ ରେଳ ଯାତାୟାତରେ ବିଘ୍ନ ଓ ବିଳମ୍ବ ନ ହେବାଲାଗି ଜଳେଶ୍ୱର ବ୍ଳକ ଅଧିନ ମହମ୍ମଦନଗରପାଟଣା ଅଧିନ କୋବାଡିଆଠାରେ ଥିବା ରେଳଫାଟକକୁ ହଟାଇ ୫୧ନଂ ସବ୍‌ୱେ (ଅଣ୍ଡର ପାସ୍‌) ନିର୍ମାଣ ଲାଗି ଶୁକ୍ରବାର ଅପରାହ୍ନରେ ବାଲେଶ୍ୱରର ସାଂସଦ ଶିଳାନ୍ୟାସ କରିଛନ୍ତି । ୩କୋଟି୨୫ଲକ୍ଷ ଟଙ୍କା ବ୍ୟୟରେ ଏହି ଅଣ୍ଡରପାସ୍ ନିର୍ମାଣ ଲାଗି ପ୍ରାୟ ୧୦ବର୍ଷ ତଳେ ତତ୍‌କାଳୀନ ସାଂସଦ ଖାରବେଳ ସ୍ୱାଇଁଙ୍କ ପ୍ରଚେଷ୍ଟାରେ ରେଳବାଇ ବିଭାଗ ସିଦ୍ଧାନ୍ତ ନେଇଥିଲା । ଗାଁ ମଧ୍ୟ ଦେଇ ରେଳ ଲାଇନ୍ ଯାଇଥିବାରୁ କ୍ଷେତରୁ ଚାଷ ଆଣିବା ଓ ଗାଈ, ଗୋରୁ ଓ ମଣିଷ ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଥିଲା । ଦୀର୍ଘବର୍ଷ ଧରି ଲୋକଙ୍କ ଦାବୀକୁ ସମ୍ମାନ ଜଣାଇ ସେଠାରେ ୧୦ବର୍ଷ ପୂର୍ବେ ଏକ ଲେଭେଲକ୍ରସିଂ ନିର୍ମାଣ ହୋଇଥିଲା । ପରବର୍ତ୍ତି ସମୟରେ ଦୀର୍ଘସମୟଧରି ଫାଟକ ବନ୍ଦ ରହିବା ଏପରିକି ଲୋକଙ୍କ ଯାତାୟତ ଲାଗି ଦୀର୍ଘ ସମୟ ଧରି ଫାଟକ ଖୋଲା ରହିବା ଦ୍ୱାରା ରେଳବାଇର ସମସ୍ୟା ଦେଖା ଦେବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଆସୁଥିଲା । ଶେଷରେ ଏହି ଅଣ୍ଡରପାସ୍ ନିର୍ମାଣ ପ୍ରସ୍ତାବ ଗୃହିତ ହେବାପରେ ଅର୍ଥ ବ୍ୟୟବରାଦ କରାଯାଇଥିଲା । ଏହି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହିତ ବିଧାୟକ ଅଶ୍ୱିନୀ ପାତ୍ର, ଡିଆର୍‌ଏମ୍ ମନୋରଂଜନ ପ୍ରଧାନ, ଅରୁଣ ବେଜ, ପ୍ରବୀର ପ୍ରଧାନ, ପ୍ରତିପ କୁମାର ପ୍ରଧାନ, ଆନନ୍ଦ କର, ଅରୁଣ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା