

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ଅସରାଏ ବର୍ଷା, ଟିକିଏ ପବନ ହେଲେ ଛାତିରେ ପଶୁଛି ଛନକା । ତିତିଲି ବାତ୍ୟା ଠାରୁ ଆରମ୍ଭ ହୋଇ ଏବେଯାଏଁ ମିଳୁନି ଶାନ୍ତି, ୩ନମ୍ବର ୱାର୍ଡ ରେଳ ଷ୍ଟେସନ ନିକଟ ବସ୍ତିର ବାସିନ୍ଦାମାନଙ୍କ ଏହା ହେଉଛି ଅଭିଯୋଗ । ହେଲେ ପ୍ରଶାସନର ନିଘା ନାହିଁ, ଭାଙ୍ଗୁନୀ ନିଘୋଡ଼ ନିଦ୍ରା । ଫଳରେ ଦୁଃଖରେ ଅଛନ୍ତି ବାସିନ୍ଦା । ଏହି ଅସୁବିଧା ପାଇଁ ପ୍ରଶାସନର ଅବହେଳାକୁ ଦାୟୀ କରି କହିଛନ୍ତି ତିତିଲି ବାତ୍ୟା ପରେ କେବଳ ପ୍ରତିଶ୍ରୁତି ହିଁ ଦେଇଛନ୍ତି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ପ୍ରଶାସନ । ତିତିଲି ବାତ୍ୟା ପରଠାରୁ ଭଙ୍ଗା ଘରକୁ ପାଲ, ଜରୀ ପକାଇ ରହିଥିଲୁ ହେଲେ ଆଜି କାଳବୈଶାଖୀରେ ପୁଣି ସବୁ ନଷ୍ଟ ହୋଇଯାଇଛି । ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ସୀମିତି ରହିଯାଇଛି । ବାରମ୍ବାର ଏହି ବିଷୟରେ ପ୍ରଶାସନକୁ ଅବଗତ କରାଇ ଅନୁରୋଧ, ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ କି ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଏହି ସମ୍ପର୍କରେ ତୁରନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବସ୍ତିବାସିନ୍ଦାଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ବସ୍ତିବାସିନ୍ଦା ମଞ୍ଚର ଆବାହକ ସୁଜିତ ପ୍ରଧାନ ଦାବି କରିଛନ୍ତି ।
ରିପୋର୍ଟ : ସୁଜିତ ପ୍ରଧାନ