୩ମାସ ଧରି ସବୁ ଟେଲିଫୋନ ଅଚଳ : କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାହକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରେ ବିଏସ୍ଏନ୍ଏଲର ସମସ୍ତ ଲେଣ୍ଡ ଲାଇନ୍ ଗତ ୩ମାସ ଧରି ଅଚଳ ଥିବାରୁ କେତେକ ଗ୍ରହକ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଅନ୍ୟଥା ଆଇନର ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଗତ କିଛିମାସ ପୂର୍ବରୁ ଜଳେଶ୍ୱର ସହର ମଧ୍ୟଦେଇ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାସ୍ତାକଡଦେଇ ଯାଇଥିବା ସମସ୍ତ ଟେଲିଫୋନ ଲାଇନ୍ କଟିଯାଇଥିବା ଅଭିଯୋଗ ହୋଇଛି । ଫଳରେ ସମସ୍ତ ଲେଣ୍ଡ ଲାଇନ୍ ଅଚଳ ହୋଇ ଯାଇଛି । ବିଶେଷ କରି ବ୍ୟାଙ୍କ, ଟ୍ରେଜେରୀ, ତହସିଲ, ବ୍ଲକ, ଡାକ୍ତରଖାନା, ଥାନା, ରେଳ ଷ୍ଟେସନ, ବୀମା କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ ଓ ବ୍ୟବସାୟିକ ସଂସ୍ଥାର ଟେଲିଫୋନ ଅଚଳ ହୋଇ ପଡିଛି । ବିଏସ୍ଏନ୍ଏଲର ବ୍ରଡବେଣ୍ଡ ନେଟସେବା ଠପ୍ ହୋଇ ଯାଇଛି । ପ୍ରକାଶଯୋଗ୍ୟ ରେଲ ଓଭରବ୍ରିଜ୍ କାମ ଆରମ୍ଭ ବେଳେ ଠିକାଦର କିମ୍ବା ପୁର୍ତ୍ତବିଭାଗ ଟେଲିଫୋନ ସେବାର କର୍ମକର୍ତ୍ତାମାନଙ୍କୁ ନ ଜଣାଇ ମାଟି ତାଡିବା ଯୋଗୁଁ କମ୍ପାନୀ ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ବାରମ୍ବାର ସ୍ଥାନୀୟ କାର୍ଯ୍ୟଳୟକୁ ବହୁ ସଂସ୍ଥ, ବ୍ୟକ୍ତି ବିଶେଷ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବାର୍ର ପୂର୍ବତନ ସଭାପତି ଆଇନଜିବୀ ଅନିଲ କୁମାର ପରିଡା, ଗଣେଶ ଚନ୍ଦ୍ର ମାଇତି, ବିଶ୍ୱଜିତ୍ ମହାନ୍ତି, ମୋହନ କୁମାର ରଣା, ନିଶିକାନ୍ତ କର ପ୍ରମୁଖ ଅଭିଯୋଗ କରି ବାଲେଶ୍ୱର ଟେଲିଫୋନ ବିଭାଗର ସାଧାରଣ ପରିଚାଳକ ଓ ଜଳେଶ୍ୱର ଏସଡିଓଙ୍କୁ ଜଣାଇଛନ୍ତି । ଖୁବଶୀଘ୍ର ଏହାର ସମାଧାନ ନ ହେଲେ ଖାଉଟି ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା