
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକଳା ୫ଟାରୁ କୋବିଦ-୧୯ର ନୂତନ ଗାଇଡ୍ଲାଇନ୍ ଅନୁଯାୟୀ ଜଳେଶ୍ୱର ପୌରପାଳିକାରେ ସଟ୍ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ୨ ସପ୍ତାହ ଧରି ସଟ୍ଡାଉନ୍ ଲାଗି ରହିଥିବାରୁ ସାପ୍ତାହିକ ହାଟ ଓ ଡେଲି ମାର୍କେଟରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା । ଲୋକେ ସାମାଜିକ ଦୂରତାକୁ ଅମାନ୍ୟକରି କରିଥିବା ବେଳେ ବଡବଜାରରୁ ଷ୍ଟେସନବଜାର ଜିବାଲାଗି ଦୀର୍ଘସମୟ ଟ୍ରାଫିକ୍ରେ ଅଟକ ରହିବାକୁ ପଡିଥିଲା । ମାତ୍ର ୧ କିମି ରାସ୍ତାକୁ ପାରି ହେବା ପାଇଁ ଅଧାଘଣ୍ଟା ସମୟ ଲାଗୁଥିବା ବେଳେ ସାପ୍ତାହିକ ହାଟରେ ମଧ୍ୟ ଭିଡ ଦେଖା ଦେଇଥିଲା । ବାଲେଶ୍ୱର, ମହୂରଭଂଜ, ପଶ୍ଚିମବଂଗର ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲାରୁ ବ୍ୟବସାୟୀ ଓ ଖାଉଟିମାନେ ଜଳେଶ୍ୱର ସାପ୍ତାହିକ ହାଟ ଉପରେ ନିର୍ଭର କରୁଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ସଟ୍ଡାଉନ୍ ସମୟରେ ଏପରି ଭିଡ କମାଇବାକୁ ସାଧାରଷର ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା