୩୦ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ…

ବେଲଗୁଣ୍ଠା (ସମୃଦ୍ଧ ଓଡିଶା) ୩୦ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଟାଉନ୍ହଲ୍ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଭଞ୍ଜନଗର ଆର୍ଟିଓ ଶୁଭେନ୍ଦୁ ରଞ୍ଜନ ରାୟ,ଜିଲ୍ଲା ଶିକ୍ଷାଧିକାରୀ ଡ଼.ସନାତନ ପଣ୍ଡା,ଗଞ୍ଜାମ ଆର୍ଟିଓ ସଞ୍ଜୟ କୁମାର ବିଶ୍ୱାଳ ଏବଂ ଏମ୍ଭିଆଇ ପ୍ରମୁଖ ଯୋଗଦେଇ ଫାଣ୍ଡି ଅଧିକାରୀ ଶ୍ରୀ ମଲ୍ଲଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକିଂ, ଚେକିଂ ଜରିଆରେ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଦୃତଗତିରେ ଗାଡ଼ି ନ ଚାଳନା, ବାଇକ୍ ରେ ୩ ଜଣରୁ ଅଧିକ ନ ବସିବା, ହେଲ୍ମେଟ୍ ପିନ୍ଧିବା ଓ ଲାଇସେନ୍ସ ନଥାଇ ଗାଡ଼ି ନ ଚଳାଇବା ସହ ଗାଡ଼ି ଚାଳନା ସମୟରେ ମୋବାଇଲରେ କଥା ନ ହେବା ଏବଂ ସିଟ୍ ବେଲ୍ଟ ପିନ୍ଧିବା ଗାଡି ଚଳାଇବା ଇତ୍ୟାଦି ସଂପର୍କରେ ଲୋକଙ୍କୁ ସଚେତନତା କରିବା ଦିଗରେ ଲଲ୍ଲେଖନୀୟ ଅବଦାନ ନିମନ୍ତେ ଗତ ରବିବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀ ମଲ୍ଲଙ୍କୁ ବେଲଗୁଣ୍ଠା ତହସିଲଦାର ସୁବଳ ଚରଣ ବେହେରା, ବିଡ଼ିଓ ସରୋଜ କୁମାର ବେହେରା, ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି କେ.ରବିନ୍ଦ୍ର ପାତ୍ର, ପ୍ରେସ୍ କ୍ଲବ୍ ଉପଦେଷ୍ଟା ପ୍ରଦ୍ୟୁମ୍ନ ପାତ୍ର, ଗଣମାଧ୍ୟମ ପ୍ରତିନିଧି ଅଶ୍ୱିନୀ ମହାନ୍ତି, ସରୋଜ ଶତପଥୀ, ସନ୍ତୋଷ କୁମାର ବିଷୋୟୀ, ପ୍ରଭାତ କୁମାର ସାହୁ ଓ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ପ୍ରକାଶଯୋଗ୍ୟଯେ ୨୦୧୮ ମସିହାରେ ୯୭ ଟି ବ୍ଲକିଂ ଓ ଚେକିଂ କରି ସଡ଼କ ସୁରକ୍ଷା ଆଇନ ଅବମାନନା କରୁଥିବା ବ୍ୟକ୍ତିଙ୍କ ନିକଟରୁ ପ୍ରାୟ ୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ରେକର୍ଡ଼ ସୃଷ୍ଟି କରୀବା ସହ ୮୬ ଟି ଡ଼ାଇଭିଙ୍ଗ୍ ଲାଇସେନ୍ସ ରଦ୍ଦ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା