ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୩୪ଜଣ ନୁଆଁ ଓଏଏସ ଅଫିସରଙ୍କୁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ପ୍ରଭେସନରେ ଥିବା ଏହି ଓଏଏସ ଅଧିକାରୀ ମାନଙ୍କୁ ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାର ନିଯୁକ୍ତି ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦେଇଛନ୍ତି । ସରକାର ପ୍ରକାଶ କରିଥିବା ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ପ୍ରିତମ କୁମାର ଦାସ ଓ ସରୋଜ କୁମାର ରାଉତଙ୍କୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଧୀନରେ ନିଯୁକ୍ତି ଦେଇଥିବା ବେଳେ ରାଜୀବ ହାସଦା ଓ ଏସକେ ସାଗରଙ୍କୁ ଗଜପତି ଜିଲ୍ଲାପାଳ ଅଧୀନରେ ନିଯୁକ୍ତି ଦେଇଛନ୍ତି । ଅନୁପ ଅଭିଷେକ ବେହେରା ଓ ପ୍ରଭାତୀ ଝୋଡିଆଙ୍କୁ ରାୟଗଡା ଜିଲ୍ଲାପାଳଙ୍କ ଅଧୀନରେ ନିଯୁକ୍ତି ଦିଆଯାଇଥିବା ବେଳେ ସୁଶ୍ରୀ ପ୍ରଧାନ ଓ ବିଶ୍ୱଜିତ ରାୟଙ୍କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧୀନରେ ନିଯୁକ୍ତି ମିଳିଛି । ସେହିପରି ପ୍ରିୟଦର୍ଶନୀ ମଲ୍ଲିକ ରୋସନ ଶତପଥୀ, ଓ ସନ୍ଧ୍ୟା ସମର୍ଥଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ ଅଧୀନରେ ନିଯୁକ୍ତି ପାଇଥିବା ବେଳେ ଅର୍ଚ୍ଚନା ଦାସ, ସୁଶ୍ରୀ ସାଗରିକ ଷଡ଼ଙ୍ଗୀଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଅଧୀନରେ ନିଯୁକ୍ତି ଦିଆଯାଇଥିବା ବେଳେ ଲୋପାମୁଦ୍ରା ସାମଲ ଓ ସଂଗ୍ରାମ କେଶରୀ ପରିଡାଙ୍କୁ ନୂଆପଡା ଜିଲ୍ଲାପାଳଙ୍କ ଅଧୀନରେ ଛାଡି ଦିଆଯାଇଥିବା ବେଳେ ଅନାମିକା ପାଣ୍ଡେ, ଅନନ୍ତ କୁମାର ହାଁସଦା ଓ ବିକ୍ରମ କେଶରୀ ପରିଡାଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଧୀନରେ ନିଯୁକ୍ତି ପାଇଛନ୍ତି । ଏ ସମସ୍ତ ଅଧିକାରୀ ସେମାନଙ୍କ ଜିଲ୍ଲାପାଳଙ୍କ ଅଧୀନରେ ଡେପୁଟିଜିଲ୍ଲାପାଳ ରୂପେ କାର୍ଯ୍ୟ କରିବେ । ପୁଣି ଶଶିଭୂଷଣ ମହାପାତ୍ରଙ୍କୁ ବେଲଗୁଣ୍ଠା ବିଡ଼ିଓ ରୂପେ ନିଯୁକ୍ତି ଦିଆଯାଇଥିବା ବେଳେ ଏମ ଅନୁରାଧାଙ୍କୁ ତୁମୁଡ଼ି ବନ୍ଧ ତହସିଲଦାର, ଆଇୟୁସି ମହାପାତ୍ରଙ୍କୁ ନୟାଗଡ ଉପଜିଲ୍ଲାପାଳ, ଲୀଳାବତୀ ଆଚାରୀଙ୍କୁ ରାୟଗଡା ତହସିଲଦାର, ପୂର୍ଣ୍ଣମ ମହାପାତ୍ରଙ୍କୁ ଚିକିଟି ତହସିଲଦାର, ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶନୀଙ୍କୁ କୁଜଙ୍ଗ ତହସିଲଦାର, ମାନସ ରଞ୍ଜନ ସାହୁଙ୍କୁ ରାଉରକେଲା ତହସିଲଦାର, ମାନସ ରଞ୍ଜନ ତ୍ରିପାଠୀଙ୍କୁ ନର୍ଲା ତହସିଲଦାର, ରଂଜିତ କୁମାର ମଲ୍ଲିକଙ୍କୁ ଆଳି ବିଡ଼ିଓ, କରିସ୍ମା ବେହେରାଙ୍କୁ କଲମପୁର ତହସିଲଦାର, ଅଦାଲ ସ୍ନେହଲତାଙ୍କୁ ନନ୍ଦହାଣ୍ଡି ତହସିଲଦାର ରୂପେ ନିଯୁକ୍ତି ଦିଆଯାଇଛି ।
ରିପୋର୍ଟ : ପ୍ରଭାତ କୁମାର ବେହେରା