

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦର ଜିଏମସି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୩୫ତମ ଜାତୀୟ ସବଜୁନିୟର ତାଏକୋଣ୍ଡୋ ପ୍ରତିଯୋଗିତାରେ ଗଞ୍ଜାମଜିଲ୍ଲାର ଡି. ପ୍ରେମ ପ୍ରସାଦ ରେଡ୍ଡୀ, ଦେବ ପଟ୍ଟନାୟକ, ଏମ. ମହେଶ, ଶୁଭ୍ରାଂଶୁ କୁମାର ପରିଡା, ଅମିତ ରାଉଳ, ଆରିୟନ ପଣ୍ଡା, ଉମାକାନ୍ତ ରଥ ଅଂଶ ଗ୍ରହଣ କରିବେ । କୋଚ ସିଏଚ ପ୍ରସାଦ ନାୟକ ଓ ବିକାଶ ଗୌଡ଼ ୨୬ ତାରିଖ ତଥା ଆସନ୍ତାକାଲି ବିଶାଖା ଏକ୍ସପ୍ରେସରେ ହାଇଦ୍ରାବାଦ ଯାତ୍ରା କରିବେ । ସେହିପରି ଫେବୃୟାରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଜି ଏମ ଇଣ୍ଡୋର ଷ୍ଟାଡିୟମ ଠାରେ ୪ର୍ଥ ଜାତୀୟ କେଡ଼େଟରେ ଜିଲ୍ଲାର ଆଦିତ୍ୟ ବିଷୋୟୀ, ଆଦିତ୍ୟ ରାଜ ନାୟକ, ପିୟୁସ ପ୍ରସାଦ ଷଡ଼ଙ୍ଗୀ, ଲୋପାମୁଦ୍ରା ପ୍ରଧାନ, ପ୍ରଭାସିନୀ ନାୟକ, ଆର ଶୀରିଓ, ଆର ରିଶିକା ଅଂଶ ଗ୍ରହଣ କରିବାକୁ ଥିବାବେଳେ କୋଚର ଲଳିତ କୁମାର ଫେବୃୟାରୀ ୩ ତାରିଖରେ ଏଠାରୁ ଯାତ୍ରା କରିବେ । ଜିଲ୍ଲା ତାଏକୋଣ୍ଡୋ ସଂଘ ସମ୍ପାଦକ କେ ମନୋଜ ପ୍ରଧାନ ଓ ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ ଓଡିଶା ଦଳ ସହ ଯିବେ । ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବ୍ରିଜେଶ କୁମାର ରଏ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଜିଲ୍ଲାର ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପଦକ ବିଜୟୀ ହେବାକୁ କହିଛନ୍ତି । ଜିଲ୍ଲା ତାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ଜନଜ କୁମାର ମହାରଣା, ବାସୁ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

