

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶୀ ଶିକ୍ଷାନୁଷ୍ଠାନ ଉତ୍କଳିକା ପକ୍ଷରୁ ଗୁରୁ ଡ଼ଃ. ଦେବପ୍ରସାଦ ଦାସଙ୍କ ୩୫ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଶେଖର ସୁମନ ମାଝିଙ୍କ ନୃତ୍ୟ ସଂଯୋଜନା ଏବଂ ଗୁରୁ ଅଶୋକ ଦାସଙ୍କ ସ୍ଵର ସଂଯୋଜନାରେ ଏକ ନୂତନ ଓଡ଼ିଶୀ ନୃତ୍ୟ ଶେଖର ସୁମନ ମାଝିଙ୍କ ଦ୍ଵାରା ଦେବପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀରେ ପରିବେଷଣ ହୋଇଥିଲା । ଏନ୍ ସୃଷ୍ଟି ଶ୍ରୀ ମଙ୍ଗଳାଚରଣ ନୃତ୍ୟ, ଅଙ୍କିତ କୁମାର ଦାଶ ପଲ୍ଲବୀ ନୃତ୍ୟ, ଅଭିରାମ ବାରିକ ଅଭିନୟ, ପୂନ୍ୟାଶ୍ରୀ ମିଶ୍ର ସ୍ଥାୟୀ ନୃତ୍ୟ ଏବଂ ଅଙ୍କିତ କୁମାର ଦାଶ ଓ ଅଙ୍କିତା ଦାଶଙ୍କ ଦ୍ଵାରା ମୋକ୍ଷ ନୃତ୍ୟ ପରିବେଷଣ ହୋଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀମତୀ ଉଷାରାଣୀ ସାହୁ ଏବଂ ଉପସଭାପତି ପୂର୍ଣ୍ଣେନ୍ଦୁ ମିଶ୍ରଙ୍କ ଦ୍ଵାରା ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଶେଖର ସୁମନ ମାଝିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
