ଜଳେଶ୍ୱର(ସମୃଦ୍ଧ ଓଡିଶା )ବିଭିନ୍ନ ସମୟରେ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରୁଛନ୍ତି । କିନ୍ତୁ କର୍ମଚାରୀ ଓ ସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଲେ ଯୋଜନା ଅଧିକ ସୁଫଳ ହେବ ବୋଲି ଆଜି ଜିଲାପାଳ ଖୁଆଡ ହାଟପଦା ଠାରେ ଆୟୋଜିତ ଏକ ସଭାରେ ମତବ୍ୟକ୍ତ କରିଛନ୍ତି । ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜଂଗଲ ଜମିର ପଟ୍ଟା ପ୍ରଦାନ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଭୂମୀହିନଙ୍କୁ ବାସଡିହ ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଏଥିରେ ଜଳେଶ୍ୱର ତହସିଲର ମୋଟ ୩୯୬ଜଣ ଭୂମୀ ହିନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ସେ କହିଛନ୍ତି । ଆଗାମୀ ଦିନରେ ଆବେଦନ କରିଥିବା ଭୂମୀ ହୀନ ବ୍ୟକ୍ତିଙ୍କୁ ସୁବିଚାର ଲାଗି ଗ୍ରହଣ କରି ସ୍ଥାନୀୟ ସରକାରୀ ଜମି ଓ ଆବେଦନକାରୀଙ୍କ ସତ୍ୟତାକୁ ବିଚାର କରି ଘରଡିହ ଯୋଗାଇ ଦିଆଯିବାର ବ୍ୟବସ୍ଥା ହେଉଥିବାର ସୂଚନା ଦେଇଥିଲେ । ମୂଖ୍ୟ ଅତିଥିଭାବେ ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗ ଦେଇ ଆଜି ଶ୍ୟାମନଗର ଓ ଖୁଆଡ ପଂଚାୟତର ୧୪୨ଜଣ ଜଂଗଲଜମି ଅଧିକାର ନିୟମ ଅନୁଯାୟୀ ପଟ୍ଟା ବଣ୍ଟନ କରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ଗତ ୧୩-୧୨-୨୦୦୫ ମସିହାଠାରୁ ଜଂଗଲ ଜମିର ମାଲିକାନା ସତ୍ୱ ମାଲିକଙ୍କୁ ପ୍ରଦାନ କରାଯାଉଥିବାର ସେ କହିଥିଲେ । ଆଗାମୀ ଦିନରେ ଅନ୍ୟ ଅଂଚଳର ଜଙ୍ଗଳ ଜମି ମାଲିକଙ୍କୁ ସେହି ଜମିର ପଟ୍ଟା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ତହସିଲଦାର ଅଭିମନ୍ୟୁ ପଣ୍ଡା ଯୋଗ ଦେଇ ରାଇବଣିଆ ଅଂଚଳରେ ଅଦ୍ୟାବଧି ୩୯୬ ଜଣ ଭୂମୀହିନଙ୍କୁ ଦିଆଯାଇଥିବା ଜମିର ପଟ୍ଟା ଯୋଗୁଁ ୧୦ବର୍ଷପରେ ଏହି ସ୍ଥାନ ସେମାନଙ୍କର ହୋଇପାରିବ କିନ୍ତୁ ଜଂଗଲ ଜମି ଅଧିକାର ନିୟମ ଅନୁଯାୟୀ ସେ ସ୍ଥାନର ମାଲିକ ହିତାଧିକାରୀ ହୋଇଥିଲେ ମଧ୍ୟ ଜମି ଓ ବୃକ୍ଷ ଅନ୍ୟକାହାକୁ ହସ୍ତାନ୍ତର କରିପାରିବ ନାହିଁ ବୋଲି କହିଥିଲେ । ଏହି ସଭାରେ ବିଡିଓ ନିତ୍ୟାନନ୍ଦ ସାହୁ, ଖୁଆଡର ପୂର୍ବତନ ସରଂପଚ ସୁଧିର କୁମାର ପାତ୍ର, ସରପଂଚ ଖୁଲଣା ପାତ୍ର, ସମାଜସେବି ଟିକିଲି ଚାନ୍ଦ, ନିବେଦିତା ଦାସ, ନିଲିମା ସେଠୀ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା