ରାଉରକେଲା(ସମୃଦ୍ଧଓଡିଶା) ରାଉରକେଲା ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ୍ ଆଇ ଟି କ୍ୟାମ୍ପସର ତା ୧୭/୧୨/୨୪ରିଖ, ଓ ୧୮/୧୨/୨୪,, ମଙ୍ଗଳବାର ଓ ବୁଧବାର ,୨ ଦିନ ଧରି ସକାଳ ୮.୦୦ ଟା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବ ରେ ୩୭ତମ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇସାରିଛି। ଏଥିରେ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଏବଂ ଅଭିଭାବକମାନଙ୍କର ମିଳିତ ସମାବେଶ ରେ କରାଯାଇଥିଲା।ବିଭିନ୍ନ ପ୍ରତି ଯୋଗିତା ଯଥା ଲଙ୍ଗ ଜମ୍ପ,ହାଇ ଜମ୍ପ, ସଟ୍ ଫୁଟ,ଡିସକସ,ମ୍ୟୂଜିକ ଚେୟାର,ଫ୍ୟାନ୍ସି ଡ୍ରେସ୍ ଇତ୍ୟାଦି ୧୮ ଟି ପ୍ରତିଯୋଗିତା ବିଭିନ୍ନ ବର୍ଗ ରେ କରାଯାଇଥିଲା। ପ୍ରାରମ୍ଭିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକା ଶର୍ମିଷ୍ଠା କଵିଶତପଥୀ ଯୋଗଦାନ କରି କ୍ରୀଡ଼ା ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଵକ୍ତା ଭାବରେ ରାଉରକେଲା ଅଟୋନମସ ମହାବିଦ୍ୟାଳୟରୁ ଡଃ, ରବିନ୍ଦ୍ର କୁମାର ଜେନା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଆଶ୍ରୀଵଚନ ପ୍ରଦାନ କରିଥଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ନିଖିଳ କଳାକାର ପ୍ରଧାନ ଯୋଗଦାନ କରି ବିଭିନ୍ନ ଖେଳର ନିୟମ ବୁଝାଇଥିଲେ। ଛାତ୍ର ଛାତ୍ରୀ ମାନେ ଚମତ୍କାର ଭାବରେ ମାର୍ଚ୍ଚ ପାଷ୍ଟ,ମଶାଲ ପ୍ରଜ୍ଜ୍ୱଳନ ଇତ୍ୟାଦି କରାଇଥିଲେ। କ୍ରୀଡା ଶିକ୍ଷକ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ସମସ୍ତ ପୂର୍ବ ପ୍ରସ୍ତୁତି କରାଇଥିଲେ। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ପ୍ରଦାନ କରିଥଲେ।ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ଦାଶ କରି ଥିଲା ବେଳେ ଧନ୍ୟବାଦ ଛବି ରାଣୀ ପ୍ରଧାନ ପ୍ରଦାନ କରିଥିଲେ। ଠିକ୍ ସେହିପରି ତା ୧୮/୧୨/୨୪ ରିଖ ବୁଧବାର ଦିନ ଉଦ୍ ଯାପନ ଉତ୍ସବ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ବ ରେ ଏସ ଵିଆଇ, ଏନ୍ ଆଇ ଟି ବ୍ରାଞ୍ଚ ର ସଦାଶିବ ସାହୁ ଓ ଝରଣା ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ଵକ୍ତା ଭାବରେ ଯୋଗଦେଇ ଖେଳର ଗୁରୁତ୍ୱ ଉପରେ ଵକ୍ତଵ୍ୟ ପ୍ରଦାନ କରିଥଲେ।ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ଯାପନ ଉତ୍ସବ ରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ମିନତୀ ଖମାରୀ ଙ୍କ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଇଥିଲେ।। ଏହି ଉତ୍ସବ ରେ ସୁଜାତା ତ୍ରିପାଠୀ,ଅଜୟ ରାଉତ,ଛଵିରାଣୀ ପ୍ରଧାନ, ,ସରୋଜ କୁମାର ଜେନା, ପ୍ରମିଳା ଡୁଙ୍ଗ ତୁଙ୍ଗ,ମିନତୀ ଖମାରୀ, ହରିଶଙ୍କର କାମିଲା, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ,ମମତା ସେନାପତି, ସୁଜାତା ମିଶ୍ର ଜତିନ୍ଦ୍ର ଭୋଇ ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳତା ପୂର୍ଵକ ସହଯୋଗ କରିଥିଲେ। ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ବାର୍ଷିକ ବିବରଣୀ ତଥା କ୍ରୀଡା ର ଆଭିମୁଖ୍ୟ ଓ ଉପକାରିତା ଉଦ୍ଦେଶ୍ୟରେ ଵକ୍ତଵ୍ୟ ପ୍ରଦାନ କରିଥିଲେ। ୫ ଟି ବିଦ୍ୟାଳୟ ର ଏନସିସି,ସ୍କାଉଟ,ଜେଆରସି ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ସସମ୍ମାନେ ସ୍ବାଗତ କରିଥିଲେ।ଏପରି ସୁନ୍ଦର କାର୍ଯ୍ୟକ୍ରମ ଅଭିଭାବକ ମାନେ ଖୁବ୍ ପସନ୍ଦ କରିଥିଲେ। ଏଥିରେ ସୁରେଖା ନାୟକ , ସାବିତ୍ରୀ ଦେଵୀ,ଵନିତା ଦେଵୀ, ପ୍ରତିମା ଦେଵୀ ଉପସ୍ଥିତ ଥିଲେ । ପରିଶେଷରେ, ଉଦ ଯାପନ ଉତ୍ସବ ରେ ସମସ୍ତ ଙ୍କୁ ସ୍ବାଗତ କରିଥିଲେ, ସୁଜାତା ତ୍ରିପାଠୀ ଓ ଛବି ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏତତ ସଂଲଗ୍ନ ବାର୍ଷିକ ଉତ୍ସବ ମଧ୍ୟ ଗୁରୁବାର ଦିନ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ପରି ଏ ବିଦ୍ୟାଳୟ ରେ ଵିଵିଧ ଗୁଣାତ୍ମକ ଶିକ୍ଷା ସହିତ ପିଲାମାନଙ୍କ ର ସାମଗ୍ରିକ ଉନ୍ନତି ପରି କାର୍ଯ୍ୟ କ୍ରମ ଵିଵିଧ ଅଭିଭାବକ ଓ ବୁଦ୍ଧିଜୀବୀମାନ ପସନ୍ଦ କରିଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ