ଜଳେଶ୍ୱର (ସମୃଦ୍ଧ ଓଡିଶା) ୩ ରାଜ୍ୟକୁ ନେଇ ଗଠିତ ଡିଜିଟାଲ କେବୁଲ ଏଡିପିଏଲର କେବୁଲ ଅପରେଟର ସଂଘର ବାର୍ଷିକ ଉତ୍ସବ ଆଜି ଉପାନ୍ତ ଲକ୍ଷ୍ମଣନାଥ ଠାରେ ଅନୁଷ୍ଠିତ ହୋଇଛି । ସେଟ୍ଲାଇଟ୍ ପରି କେବୁଲ ଅପରରେଟିଂ ସମ୍ବାଦ ଓ ମନୋରଂଜନ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ମାଧ୍ୟମ ପାଲଟିଛି ଓ ଏହି କମ୍ପାନୀ ୩ଟି ରାଜ୍ୟର ଏକ ଭାଇଚାରା ସୃଷ୍ଟି କରି ଆସୁଛି ବୋଲି ବାର୍ଷିକ ଉତ୍ସବରେ ମତପ୍ରକାଶ ପାଇଛି । ପଶ୍ଚିମବଂଗ ଓ ଓଡିଶା ଉପାନ୍ତ ଲକ୍ଷ୍ମଣନାଥ ଓ ସୁନାକଣିଆ ଠାରେ ୨୦୧୫ ଡିସେମ୍ବରରେ ଗଠିତ ହୋଇଥିବା ଅଟ୍ରାମେଟିକ୍ ଡିଜିଟାଲ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କେବୁଲ ଅପରେଟିଂ ସଂସ୍ଥା ଏବେ ଓଡିଶା, ପଶ୍ଚିମବଂଗ ଓ ଝାଡଖଣ୍ଡ ଅଂଚଳରେ ସେବା ଯୋଗାଇବା ସହ ଭାଇଚାରା ଓ ବୈତ୍ରୀ ସୃଷ୍ଟି କରିଆସୁଛି । ଏହି କମ୍ପାନୀର ବାର୍ଷିକ ଉତ୍ସବ ଅଗ୍ରାୱାଲାଛକ ସ୍ଥିତ ରାଇସ୍ମିଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା ନିର୍ଦ୍ଦେଶକ ସୁବିର ଚାଟାର୍ଜି ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଂଗ ଅଂଚଳରେ କିପରି ଆଦୃତ ହୋଇପାରିଛି ସେ ସଂପର୍କରେ ବିଷଦ ବିବରଣୀ ଦେଇଥିଲେ । ଆସନ୍ତା ଦିନରେ ଏହି କମ୍ପାନୀର କାର୍ଯ୍ୟକ୍ରମ ୩ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ବିଚ୍ଛରିତ ହେବ ଓ ଏବେ ଏହା ଜଳେଶ୍ୱର, କମର୍ଦ୍ଦା, ରାଇବଣିଆ, ଭୋଗରାଇ, ବାଲିଆପାଳ, ବସ୍ତା, ରୂପ୍ସା, ଚନ୍ଦନେଶ୍ୱର, ସାର୍ଥା, ବାଲେଶ୍ୱର ସଦର, ପଶ୍ଚିମବଂଗର ମୋହନପୁର, କାନ୍ଥି, ଗୋମୁଣ୍ଡା, ଗୋପୀବଲ୍ଲଭପୁର, ବେଲ୍ଦା, କଲେଇକୁଣ୍ଡା, ଖଡଗପୁର, ମାଛନନ୍ଦପୁର, ମୁର୍ଷିଦାବାଦ, ଝାଡଖଣ୍ଡାର ଜାମସେଦପୁର, ଟାଟା ଅଂଚଳରେ ଲୋକଙ୍କୁ ସେବା ଯୋଗାଇ ଦେଉଥିବା ସଂପର୍କରେ ଶ୍ରୀ ଚାଟାର୍ଜୀ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ପ୍ରଯୁକ୍ତି ବିଦ୍ୟ ଓ ବିଜ୍ଞାନ ଶୀର୍ଷସ୍ଥାନରେ ପହଞ୍ଚି ଏବେ ଚନ୍ଦ୍ରରେ ଅବସ୍ଥାନ ପାଇଁ ବିକ୍ରମ ପଠାଇଥିବା ଭଳି କାର୍ଯ୍ୟ କରିପାରୁଛି । ଇଚ୍ଛାଶକ୍ତି, ଅଧ୍ୟବସାୟ, ନିଷ୍ଠା ଓ କତ୍ତ୍ରବ୍ୟବୋଧତା ରହିଲେ ପ୍ରତିଟି କାର୍ଯ୍ୟେରେ ସଫଳତା ମିଳୁଥିବାରୁ ଏଭଳି ଏକ କମ୍ପାନୀ ଆସନ୍ତା ଦିନରେ ତିନି ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିପାରବ ବୋଲି କହିଥିଲେ । ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୩ଟି ରାଜ୍ୟରୁ ପ୍ରୟ ୬୦୦ କେବୁଲ ଅପରେଟର ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା