୪ରେ ଆଉଟସୋର୍ସିଂରେ କାର୍ଯ୍ୟରତ ବ୍ରହ୍ମପୁର ମେଡିକାଲ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ଫେବୃୟାରୀ ୪ ତାରିଖ,ସୋମବାରରୁ ଏମକେସିଜି ମେଡିକାଲି କଲେଜରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ସଂଗଠନର ଉପଦେଷ୍ଟା ରବି ରଥ, ରାଜ୍ୟ ଉପସଭାପତିି ସୁକାନ୍ତ ମୁଖୀ, ସମ୍ପାଦକ ଲାଲୁ ମୋହନ ବେହେରାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ, ଆଉଟସୋର୍ସିଂ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପାଇଁ ଗତ ଜାନୁଆରୀୁ ୧୮ ତାରଖରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟନୁଷ୍ଠାନ ନ ହେଲେ ୭ ଦୁ ନି ପରେ ଆନ୍ଦୋଳନ କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା । କିନ୍ତୁ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆସନ୍ତା ୪ ତାରିଖରୁ କର୍ମଚାରୀମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତ ବୋଲି ସଂଘ ଉପଦେଷ୍ଟା ଶ୍ରୀ ରଥ ପ୍ରକାଶ କରିଛନ୍ତି । ଦାବଗିଡ଼ୁକ ମଧ୍ୟରେ ଆମ ବ୍ରହ୍ମପୁର ମେଡିକାଲରେ ଆଜକି ଦୀର୍ଘ ୮ ବର୍ଷ ହେଲା ଆଉଟସୋର୍ସିଂରେ ୧୮୬ ଜଣ ଏଟେଣ୍ଡେଣ୍ଟ (ପରିଚାରକ) ଭାବେ କାର୍ଯକାରି ଆସୁଛନ୍ତୁ । କିନ୍ତୁ ରାଜ୍ୟ ସରକାରଙ୍କ ଲେବର ଆଇନ ଅନୁଯାୟୀ କର୍ମଚାରୀମାନଙ୍କୁ ମାସକୁ ୮,୦୭୦ ଟଙ୍କା ରମା ଦେବା ନିମନ୍ତେ ଅର୍ଥ ବିଭାଗ ଆଦେଶନାମା ୨୮୦୯୦ ତା. ୨୨.୯.୨୦୧୭ ରଖ ଅନୁଯାୟୀ ସମସ୍ତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ଗଞ୍ଜାମ ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମାସିକ କେବଳ ୪୧୦୦ ଟଙ୍କା ପଦାନ କରାଯାଉଛି । ଏ ସମ୍ପକିରେ ଗଞ୍ଜାମ ସିକ୍ୟୁରିଟି ସରଭିସ ଏମଡିଙ୍କୁ କର୍ମଚାରୀମାନେ ବାରମ୍ବାର ସରକାରଙ୍କ ନିୟମ ଅନୁଯାୟୀ ଦରମା ପ୍ରଦାନ କରାଯାଉନଥିବା ଆପତ୍ତି ଅଭଯୋଗ କରିଛନ୍ତି । ତେବେ ଏମଡି ବିଭିନ୍ନ ବାହାନା ଦେଖାଇ ତୁମର ଇପିଏଫ, ଇଏସଆଇ ଏବିଂ ଜିଏସଟି ଲାଗୁଛି ବୋଲି ଦର୍ଶାଇ ମାସକୁ ୧୮୦୦ ଟଙ୍କା ଜିଏସଟି ବାବଦକୁ କଟାଯାଉଛି । ଏହା ଆଉଟସୋର୍ସିଂରେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କ ପ୍ରତି ଜିଏସଟି ଲାଗୁନଥିବା ସତ୍ତ୍ୱେ କର୍ମଚାରୀମାନଙ୍କୁ ମଥ୍ୟା କଥା କହି ଚାଲିଛନ୍ତି ଏବଂ କର୍ମଚାରୀମାନଙ୍କୁ ଲେବର ଆଇନ ଅନୁସାରେ ପ୍ରାପ୍ୟ ପ୍ରଦାନ କରୁନାହାନ୍ତୁି । ତାହା ମଧ୍ୟ ପତ୍ୟେକ ମାସରେ ନ ଦେଇ ତିନିମାସକୁ ଥରେ ମାସକର ଦରମା ପ୍ରଦାନ କରୁଛନ୍ତି ଏବଂ ଅର୍ଥ ବିଭାଗ ଆଦେଶନାମା ୫୭୯୯ ତା. ୮.୩.୨୦୧୬ ବକେୟା ବଦ୍ଧିତ ଦରମା ମଧ୍ୟ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଫଳରେ ସଂଘ ଏ ସମ୍ପକିରେ ବହୁବାର ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ହେଉନାହାନ୍ତି ।

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ରବି ରଥ