ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡ଼ିଆ ଭାଷା ସାହିତ୍ୟରେ ଏକ ଅଫୁରନ୍ତ ସ୍ପନ୍ଦନ ସୃଷ୍ଟି କରିବାରେ ଢେଙ୍କାନାଳ ଜିଲ୍ଲାର ଲେଖକ ସଂସଦ ଏକ ଉପାଦେୟ ଭୂମିକା ଗ୍ରହଣ କରିଥିବା ବେଳେ ଏହାକୁ ପାଥେୟ କରି ୪୦ତମ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପାଳନ କରିଛି ତାର ସାମ୍ବତ୍ସରିକ ମହୋତ୍ସବ ମାଣିକ୍ୟ ଜୟନ୍ତୀ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ଥିତ ବସଷ୍ଟାଣ୍ଡ ଜିଲ୍ଲା ଲେଖକ ସଂସଦ ଭବନରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଗଣେଶ୍ୱର ମିଶ୍ର ଓ ତାଙ୍କ ଶିଷ୍ୟ/ଶିଷ୍ୟାଙ୍କ ଅନୁକ୍ରମରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଏହି ଉତ୍ସବକୁ ଉଦଘାଟନ କରିଥିଲେ ସାଂସଦ ମହେଶ ସାହୁ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାହିତ୍ୟିକ ଅନ୍ତଯ୍ୟାମୀ ମିଶ୍ର ଏବଂ ପୌରହିତ୍ୟ କରିଥିଲେ ଶତ୍ରୁଘନ ଭୁତିଆ, ସଂପାଦକ ବସନ୍ତ ପଟ୍ଟନାୟକ । ସକାଳ ୮ ଘଣ୍ଟିକାରୁ ଢେଙ୍କାନାଳ ସହର ସ୍ଥିତ ବାଦିଚୌକ ଠାରୁ କୀର୍ତ୍ତନ ଓ ପାଇକଖେଳ ଢେଙ୍କାନାଳର ଓଡ଼ିଆ ସାହିତ୍ୟକୁ ଦାନ ଅନୁଷ୍ଠିତ କରାଯାଇଥିଲା । ଲେଖକ ସଂସଦର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଏକ କବିତା ଆସରର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଅଧିକାଂଶ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି