ଭୁବନେଶ୍ୱର(ସମୃଦ୍ଧଓଡିଶା) ଚଳିତ ଖରିଫ ଋତୁରେ ସମଗ୍ର ରାଜ୍ୟରେ ଧାନକିଣା ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପଞ୍ଜୀକୃତ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ମୂଲ୍ୟ ପାଇପାରୁଛନ୍ତି । ଏଥି ନିମନ୍ତେ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଭାବେ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ଦିନରାତି ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟକରି ଚାଷୀମାନଙ୍କ ହିତରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କୌଣସି ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଯୋଗାଣ ବିଭାଗ ପକ୍ଷରୁ ଏଥି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି ଅଧିକାରୀମାନେ ଚାଷୀମାନଙ୍କ ହିତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରିବା ସହ ସେମାନଙ୍କ ପ୍ରାପ୍ୟ ପାଇବାକୁ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରାରମ୍ଭିକ ଭାବେ ମ୍ୟାପିଂ କରାଯିବା ସହ ଶତପ୍ରତିଶତ ଭାବେ ଯାଞ୍ଚ କରାଯାଉଛି । ଏହାକୁ ବୈଷୟିକ ଉପଯୋଗୀ କରାଯାଇ ଡିଜିଟାଲ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟକୁ ଏହି ପ୍ରାପ୍ୟ ପ୍ରଦାନ କରାଯାଉଛି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି ।
Bhubaneswar, (Samrudha Odisha) The process of paddy procurement has been widened across the state in the current kharif season. Registered farmers are getting the minimum support price to their bank accounts within 48 hours of selling paddy at the mandis. The government has taken important decisions in this regard. Officials have been appointed at various stages at the government level to provide the minimum assistance directly to the accounts of the farmers. They work on a 24-hour basis to protect the interests of the farmers. Prompt action is being taken in case of any complaint. The civil supply officials are taking appropriate action in this connection. These officers prioritise the interest of the farmers as important and are working to get their dues. The accounts of the farmers are being initially mapped and verified meticulously. MSP is being paid to their accounts digitally. For this, the FS&CW Department is taking extensive steps and taking prompt action. It is to be noted that the State Government has taken various useful steps for the overall development of the farmers.
Report by Rajat Mohapatra