୪ ଭାଇଙ୍କୁ ହତ୍ୟା ମାମଲା : ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ହିଞ୍ଜିଳି ଥାନ ଅନ୍ତର୍ଗତ ପିତଳ ଛକରେ ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ଘଟିଥିବା ୪ଭାଇଙ୍କୁ ହତ୍ୟା ଘଟଣାର ସୋମବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଆସିକା ଅତିରକ୍ତ ଜିଲ୍ଲା ଦୌରା ଜଜ୍ ପ୍ରବୀର କୁମାର ଚୌଧୁରୀ ୨୬ ଜଣଙ୍କ ସାକ୍ଷୀ ପ୍ରମାଣକୁ ବିଚାର କରି ୫ ଜଣ ଅଭି ଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭି ଯୁକ୍ତ ମାନେ ହେଲେ ଚିତ୍ରସେନ ସେଠି, ସନ୍ତୋଷ ସ୍ଵାଇଁ, ବାହା ନପତି ବେହେରା, ମିଲନ ସ୍ଵାଇଁ ଏବଂ ମୁଖ୍ୟ ଅଭିଯୁକ୍ତ ଅମୀୟ କୁମାର ସ୍ୱାଇଁ ଓରଫ ସାଧୁ । ସୂଚନା ଥାଉକି ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତିରେ ପିତଳ ଛକ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଫାଷ୍ଟଫୁଡ ଦୋକାନ କରି ପେଟପାଟଣା ମେଣ୍ଟାଉଥିଲେ । ହେଲେ ଦିନେ ରାଜା ସ୍ୱାଇଁଙ୍କ ସମେତ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଧୁଙ୍କ ସହ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଘଟଣାର କିଛି ସମୟ ପରେ ସାଧୁଙ୍କ ସହ କିଛି ସହଯୋଗୀ ରାଜାଙ୍କ ଫାଷ୍ଟଫୁଡ ଦୋକାନ ଭିତରେ ପଶି ଅତର୍କୀତ ଆକ୍ରମଣ କରିଥିଲେ I ଦୁର୍ବୃତ୍ତଙ୍କ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ଓ ସର୍ମକୀୟ ଜଣେ ଭାଇଙ୍କୁ ଅତି ବିଭତ୍ସ ହତ୍ୟା କରିଥିଲେ । ଏହି ଚର୍ଜିତ ହତ୍ୟାକାଣ୍ଡରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ମୃତକ ମାନେ ଥିଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା (୨୮), ଶମ୍ଭୁ (୨୫), ପାଣ୍ଡବ ୨୩) ଓ ଅନ୍ୟ ଜଣଙ୍କ ମଙ୍ଗୁଳୁଙ୍କ ନାବାଳକ ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ଵାଇଁ (୧୬)। ମୃତକଙ୍କ ବାପା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ୧୪୧/୨୨ରେ ପୋଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଥାନା ଆଇଆଇସି ଅଭିମନ୍ୟୁ ଦାସ ଘଟଣାର ସରଜମିନ୍ ତଦନ୍ତ କରି ଥିଲେ I ସୋମବାର ଏହି ହତ୍ୟା ଘଟଣାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି I ସରକାରୀ ଓକିଲ ତ୍ରିଲୋଚନ ପରିଡା ଏବଂ ପ୍ରତିପକ୍ଷ ଓକିଲ ସରତେନ୍ଦୁ ପଣ୍ଡା ମାମଲା ପରିଚାଳନା କରୁଥିଲେ ।

ରିପୋର୍ଟ : ରଜତ ପଟ୍ଟନାୟକ