

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗର ମହନପୁର ଥାନା ଅନ୍ତର୍ଗତ ନିଳଦା ଗାଁର ରଣଜିତ୍ ପାତ୍ର (୩୮) ଏକ ହୁଣ୍ଡା ପାଇକ୍ ଡବ୍ଲ୍ୟୁବି୦୭ଏଫ୧୯୨୯ରେ ୫୭ନଂ ରାଜ୍ୟ ରାଜପଥରେ ଜଳେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳେ ବାଣିଦା ଛକଠାରେ ଜଣେ ବାଟୋଇଙ୍କୁ ଧକ୍କା ଦେଇଥିଲେ । ବାଟୋଇ ପଶୁପତି କର(୬୫) ସେଠାରେ ଅନ୍ୟତ୍ର ଯିବାକୁ ଅପେକ୍ଷା କରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ରଣଜିତ୍ ଓ ପଶୁପତି ଗୁରୁତର ଅବସ୍ଥାରେ ପ୍ରଥମେ ଜିକେଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର ହୋଇଥିଲେ । ସେଠାରେ ପରିସ୍ଥିତି ଉଦ୍ବେଦ ଦେଖି ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଥିନେଇ ନାମ୍ପୋ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା