୫ ଦିନ ଧରି ଚାଲିଚାଲି ଆସୁଥିବା ୧୭ ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡା ପୋଲିସ…

ରାୟଗଡା (ସମୃଦ୍ଧ ଓଡିଶା) ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟନଗରମ ଜିଲ୍ଲା କତାୱାଲସା ଅଞ୍ଚଳରୁ ଝାଡ଼ଖଣ୍ଡ ରାଜ୍ୟ ଅଭିମୁଖେ ଚାଲିଚାଲି ଫେରୁଥିବା ଶ୍ରମିକଙ୍କୁ ଆଜି ଉଦ୍ଧାର କରିଛି ରାୟଗଡ଼ା ପୋଲିସ । ଉକ୍ତ ଶ୍ରମିକମାନେ ଝାଡ଼ଖଣ୍ଡ ରାଜ୍ୟର ଦାନ୍ତେୱାଡା ଜିଲ୍ଲାର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ତାଲାବନ୍ଦ ଆରମ୍ଭ ହେବା ପାଞ୍ଚଦିନ ପୁର୍ବରୁ ଏମାନେ କତାୱାଲସା ଯାଇ ସେଠାର ସାରଦା ପ୍ଲାଣ୍ଟ ନାମକ କମ୍ପାନୀରେ  ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ତେବେ ଏମାନଙ୍କୁ ନେଇଥିବା ଠିକାଦାର ତାଙ୍କୁ ଖାଇବା ପିଇବା ଓ ପାରିଶ୍ରମିକ ବାବଦକୁ ଅର୍ଥ ନଦେଇ ଫେରାର ହୋଇଯାଇଥିଲା । ଫଳରେ ଶ୍ରମିକ ମାନେ ଖାଇବାକୁ ନ ପାଇବାରୁ ଦୀର୍ଘ ପାଞ୍ଚଦିନ ଧରି ରେଳ ଟ୍ରାକରେ ଚାଲିଚାଲି ନିଜ ଗାଁ’କୁ ଫେରୁଥିବା ବେଳେ ସ୍ଥାନୀୟ ପିତମହଲ ଗ୍ରାମ ନିକଟରୁ ଏମାନଙ୍କୁ ରାୟଗଡ଼ା ପୁଲିସ ଉଦ୍ଧାର କରିଛନ୍ତି । ପରେ  ପୌରପାଳିକା କର୍ମଚାରୀ ଓ ମେଡିକେଲ ଟିମ ପହଞ୍ଚି ଏମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରିବା ପରେ ରାୟଗଡ଼ା କଲ୍ୟାଣମଣ୍ଡପ ସ୍ଥିତ ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ତହସିଲଦାର ଉମାଶଙ୍କର ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ