ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଫରେଷ୍ଟ ରେଞ୍ଜ ଅଧିନ ବିଭିନ୍ନ ସ୍ଥାନରେ ଘରୁ ଓ ଘର ନିକଟରୁ ବିଷଧର ସାପ ଦେଖା ଦେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାଲାଗି ସ୍ନେକ ହେଲ୍ପଲାଇନ୍ରେ କେହି ନିଯୁକ୍ତ ନାହାନ୍ତି । ଫଳରେ ବହୁ ବିଷଧର ସର୍ପ ମୃତ୍ୟୁମୁଖରେ ପଡୁଛନ୍ତି । ଏପରି ଦୁଷ୍ପାପ୍ୟ ଜୀବଙ୍କୁ ରକ୍ଷା ଲାଗି ନିଯୁକ୍ତି ଅତ୍ୟାବଶ୍ୟକ ହୋଇଥିବା ବେଳେ ବାଲେଶ୍ୱର ଡିଭିଜନ୍ରେ କେହି ନ ଥିବାରୁ ଅସନ୍ତୋଷ ଦେଖା ଦେଉଛି । ଜଙ୍ଗଲ ବିଭାଗର କର୍ମଚାରୀମାନେ ଏପରି କାର୍ଯ୍ୟକୁ ଯିବାକୁ ରାଜି ହେଉନଥିବା ପ୍ରକାଶ । ଆଜି ଶନିବାର ରାଜଘାଟ ଗାଁର କାଳୀଚରଣ ନନ୍ଦଙ୍କ ଶୋଇବାଘରୁ ଏକ ୬ଫୁଟ ଲମ୍ବର କାଳିନାଗ ଦେଖା ଦେଇଥିଲା । ପରିବାର ଲୋକେ ଭୟଭିତ ହୋଇ ସାପଟିକୁ ମାରିଦେବାଲାଗି ଉଦ୍ୟତ ହେଉଥିବା ବେଳେ କାଳୀଚରଣ ଜଂଗଲ ବିଭାଗର କର୍ମଚାରୀ ସଂଜିବ ସେନାପତି ଓ ରେଞ୍ଜର ସରୋଜ କୁମାର ମହାନ୍ତିଙ୍କୁ ଖବର ପଠାଇଥିଲେ । ରେଞ୍ଜରଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀ ସଞ୍ଜିବ ସେନାପତି ଓ ଶିବ ମହାନ୍ତି ଘଟଣା ସ୍ଥଳକୁ ଯାଇ ସାପଟିକ ଉଦ୍ଧାକରି କୁଳଡିହା ଜଂଗଲରେ ଛାଡିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା