

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ବାଲେଶ୍ୱରରୁ ଜଳେଶ୍ୱର ଆସୁଥିବା ଯୋଗାଣ ବିଭାଗର ନିରିକ୍ଷକ ସାଗରିକା ରାଉତରାୟଙ୍କ କାରଟି ୬୦ନଂ ଜାତୀୟ ରାଜପଥର ଚାଲନ୍ତିର ଅନତୀ ଦୂରେ ରାସ୍ତାକଡକୁ ଓଲିଟି ପଡିଥିଲା । ଓଡି୦୧ଏସ୍-୬୧୪୮ କାରଟଇ ଭାରସାମ୍ୟ ହରାଇ ୧୫ ଫୁଟ ତଳ ନୟନଯୋରୀକୁ ଓଲଟି ପଡିଥିଲା । ନିକଟରେ ଧାନ କାଟୁଥିବା ଲୋକଙ୍କ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଯୋଗାଣ ନିରିକ୍ଷକ ଓ ଡ୍ରାଇଭରଙ୍କୁ ଅନ୍ୟଏକ ଗାଡିଯୋଗେ ଉଦ୍ଧାରକରି ଜିକେଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ପ୍ରକାଶ ଯୋଗ୍ୟ ୬୦ନଂ ଜାତୀୟ ରାଜପଥରେ ଡ୍ରାଇଭରମାନେ ବେପରୁଆ ଗାଡି ଚାଳନା କରୁଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା କୁହାଯାଇଛି । କତ୍ତୃପକ୍ଷ ଏଥିପ୍ରତି ଲଗାମ ଲଗାଇବାକୁ ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା