ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ବୁଧବାର ବିଳମ୍ବିତ ରାତିରେ ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ସାଇ ଫିଲିଂ ଷ୍ଟେସନ ନିକଟରେ ଜଣେ ଯୁବକ ମୃତ ଦେହ କୁ ପୁଲିୀସ୍ ଉଦ୍ଧାର କରିଛି । ମୃତ ଯୁବକର ନାମ ତନ୍ମୟ ଦାସ (୩୧) ଓ ସେ ନନ୍ଦିକା ଗ୍ରାମର ବୈକୁଣ୍ଠ ଦାସଙ୍କ ପୁତ୍ର ଅଟନ୍ତି । ଘଟଣା ସ୍ଥଳରୁ ତାଙ୍କ ବାଇକ୍ ମଧ୍ୟ ପୁଲିସ୍ ଜବତ୍ କରିଛି । ଏହା ଦୁର୍ଘଟଣା କିମ୍ବା ହତ୍ୟ ସେଥିନେଇ ବହୁ ସନ୍ଦେହ ପ୍ରକଟ ହୋଇଛି । ବାଇକ୍ର ଆଗଚକ ବାହାରିଯାଇଥିବା ବେଳେ ମୃତ ଯୁବକର ଦେହର କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଘରଲୋକ କହିଛନ୍ତି । କାରଣ ସେ ସୁବର୍ଣ୍ଣରେଖା ବାଲି କାରବାରରେ ଜଡିତ ଥିଲା । ଆଜି ତାର ଶବ ବ୍ୟବଚ୍ଛେଦ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା