ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନମ୍ବର ଜାତୀୟ ରାଜପଥ ଏକ ବିପଦପୂର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଛି । ପ୍ରଶାସନୀକ ଉଦାସୀନତା ଯୋଗୁଁ ଦିନ କିମ୍ବା ରାତି ବିଭିନ୍ନ ସମୟରେ ଛିନ୍ତାଇ, ଲୋଟତରାଜ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଆଜି ଦ୍ୱି-ପ୍ରହରରେ ବର୍ତ୍ତନାସ୍ଥିତ ମା ଗାଜିଆଣୀ କଲେଜର ଛାତ୍ରୀ ବିଶ୍ୱଜିତା ଜେନା ମାମୁଘର ନନ୍ଦିକାକୁ ଫେରୁଥିବା ବେଳେ ୬୦ନଂ ଜାତୀୟରାଜପଥ ବାଇପାସ୍ରେ ପଛପଟୁ ୨ଜଣ ଯୁବକ ବାଇକ୍ରେ ଆସି ଜବରଦସ୍ତ ବେଗଟିକୁ ଛଡାଇ ନେଇ ଦ୍ରୁତ ଗତିରେ ପଳାଇଥିଲେ । ସେଥିରେ ନଗଦ ୫୫୦ଟଙ୍କା, ବହି ଖାତା ଓ ଏକ ମୋବାଇଲ୍ ଥିବାର ସେ ଜଳେଶ୍ୱର ଥାନାରେ ଲାଖିତ ଅଭିଯୋଗ କରିଛନ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ ବାରମ୍ବାର ଘଟୁଥିବାରୁ ସେଠାରେ ପୋଲିସ୍ ପେଟ୍ରୋଲିଂ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।