ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଜମାଳପୁର ବାଇପାସ୍ଠାରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଅନ୍ୟଏକ ପେଟ୍ରୋଲିୟମ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେବାରୁ ଟ୍ରକ ଡ୍ରାଇଭର ଗୁରୁତର ହୋଇଛି । ଘଟଣାରୁ ପ୍ରକାଶ ବଲେଶ୍ୱରରୁ ଭୋଗରାଇର ଥାନାଛକ ଅଭିମୁଖେ ଯାଉଥିବା ଟ୍ରକ ନଂ ଜେଏଚ୍୧୬ଏ୯୯୩୪ ୬୦ନଂ ଜାତୀୟ ରାଜପଥର ଜମାଳପୁର ବାଇପାସ୍ଠାରେ ପମ୍ପଚର ହେଇ ରାସ୍ତା କଡରେ ଛିଡା ହୋଇଥିଲା । କିଛି ସମୟ ପରେ ପାରାଦ୍ୱିପରୁ କଲିକତା ଅଭିମୁଖେ ଯାଉଥିବା ଏଫଟିଏଫ ଜଳଜାହାଜରେ ବ୍ୟବହୃତ ପେଟ୍ରୋଲିୟମ ଗାଡି ନଂ ଓଡି୦୫ଏପି୩୧୧୯ ପଛପଟୁ ଧକ୍କା ଦେବାରୁ ସିମେଣ୍ଟ ବୋଝେଇ ଗାଡିର ଡ୍ରାଇଭର ମନୋଜ ଯାଦବର ଗୋଡ ଭାଂଗି ଯାଇଛି । ପେଟ୍ରୋଲିୟମ ଗାଡିର ଆଗଟି ସଂପୂର୍ଣ୍ଣ ଭାବେ ଭାଂଗି ଚୁରମାର ହୋଇଥିବା ବେଳେ ଟ୍ୟାଙ୍କର ତେଲ ସୁରକ୍ଷିତ ରହିଛି । ଖବର ପାଇ ଜଳେଶ୍ୱର ଅଗ୍ନିସମ ବିଭାଗ ମୁଖ୍ୟ ଜଗବଂଧୁ ନାୟକ, ପ୍ରଶାନ୍ତ ସାରହୁ, ନିରଞ୍ଜନ ଟୁଡୁ, ଦୁର୍ଗା ହାଁସଦା, ପ୍ରଦିପ ବେହେରା,ବିଶ୍ୱରଂଜନ ରାଉତ ପ୍ରମୁଖ ପେଟ୍ରୋଲିୟମ ଗାଡିଟିକୁ ସୁରକ୍ଷା ଦେବାରେ ସହାୟକ ହୋଇଥିଲେ । ପେଟ୍ରୋଲିୟମ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ବେଳେ ମନୋଜ ଯାଦବ ଜିକେଭଟ୍ଟର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଟ୍ୟାଙ୍କରରେ ଲିକ୍ ହୋଇଥିବାରୁ ପେଟ୍ରୋଲିୟମ ଝରୁଥିବାର ଦେଖି ଦମକଳ ବାହିନୀ ବାଲେଶ୍ୱର ପ୍ରଶାସନକୁ ଖବର ଦେଇଥିଲେ । ପରେ ପାରାଦ୍ୱୀପରୁ ଏକ ଟିମ୍ ଆସି ଟ୍ୟାଙ୍କରକୁ ମରାମତି କଲାପରେ ତାହା କଲିକତା ଅଭିମୁଖେ ଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡ଼ା