ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ ନଂ ଜାତୀୟ ରାଜପଥର ଲକ୍ଷ୍ଣଣନାଥ ଟୋଲ ପ୍ଲଜା ନିକଟରେ କଲକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏପି୧୬ଟିସି ୯୩୯୯ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଟରେ ଥିବା ଚା କେବିନ୍ ଉପରକୁ ମାଡିଯିବାରୁ ସେଠାରେ ଏକ ବାଇକ୍ରେ ଥିବା ୩ଜଣଙ୍କ ସହିତ ଅନ୍ୟଜଣେ ଦୋକାନୀ ଗୁରୁତର ହୋଇ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି । ଟ୍ରକ୍ଟି କେବିନ୍ ଗୁଡିକୁ ପିଟିଲା ବେଳେ ବୈରାଟଆଡିର କେବିନ୍ ମାଲିକ ଝଡିଆ ପାଳ(୪୦) ଓ ବାଇକ୍ଥିବା ସେକ୍ କାଫେକ୍ ହୋସେନ୍ (୫୨), ସେକ୍ ବାଦସା ହୋସେନ୍ (୨୫) ଓ ସେକ୍ ଇକ୍ବାଲ ହୋସେନ୍ (୧୫) ଗୁରୁତର ହୋଇଛନ୍ତି । ପ୍ରକାଶଯୋଗ୍ୟ ତିନି ସହଯାତ୍ରୀ ବିଭିନ୍ନ ଯାନ ଗୁଡିକୁ ଗିରିସିଂ କରୁଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ଦୁର୍ଘଟଣାପରେ ଆହତ ମାନଙ୍କୁ ଗୋବରଘଟ୍ଟା ପଂଚାୟତର ସମାଜସେବି ଓ ବିଜୁ ଯୁବବାହିନୀ ସଭାପତି ଚନ୍ଦନ କରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକମାନେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲରେ ଭତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଆହତ ମାନଙ୍କୁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା