ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବନ୍ୟା ସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୬ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇ ଥିବା ବେଳେ ଭଦ୍ରକ ଜିଲ୍ଳା ପାଇଁ ବି.ପି. ସେଠୀଙ୍କୁ, ଯାଜପୁର ଜିଲ୍ଲା ପାଇଁ ଭି. ଭି. ଯାଦବ, ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ କଟକ ଜିଲ୍ଲା ପାଇଁ ଡି.କେ. ସିଂଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି ।