୭ଦିନ ଭିତରେ ବ୍ରହ୍ମପୁର ସହରରେ ଅଣଓଡିଆ ହିନ୍ଦୀ ଭାଷାଭାଷୀ ସଂଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ଘଟୁଛି:ସୁରକ୍ଷା ପ୍ରତି ପ୍ରଶ୍ନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲିସ ପ୍ରଶାସନର ନଜର ଅନ୍ଦାଜ ଆଢୁଆଳର ବିଗତ ୭ଦିନ ମଧ୍ୟରେ ବିଭିନ୍ନ ବାହାନାରେ ବ୍ରହ୍ମପୁର ସହରରେ ପାଖାପାଖି ୧୦୦ ଅଣ ଓଡିଆଙ୍କ ହିନ୍ଦୀ ଭାଷାରେ କଥା ହେଉଥିବ ବ୍ୟକ୍ତିଙ୍କ ପ୍ରବେଶ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିଭିନ୍ନ ବ୍ୟବସାୟିକ ସାମଗ୍ରୀ ରାଜସ୍ଥାନର ବୋର୍ଡର ଅଞ୍ଚଳରୁ ଟ୍ରକରେ ମାଲଭର୍ତ୍ତି ସାମାନ ସିଧାସଳଖ ଆସୁଛି ବ୍ରହ୍ମପୁର ସହରକୁ । କୋରାପୁଟରୁ, କନ୍ଧମାଳରୁ ଆସୁଥିବା ପିଆଜ ଟ୍ରକ ଏବଂ ଚସୁ ଟ୍ରକରେ ଯଦି ଗଞ୍ଜେଇ ଆସି ପାରୁଛି, ପ୍ରଶ୍ନ ଉଙ୍କି ମାରୁଛି ସରଫୋରସ ଚଳଚିତ୍ରରେ ପ୍ରଦର୍ଶିତ ଭଳି ବିପଜ୍ଜନକ ସାମଗ୍ରୀ ଗଢିସନ୍ଧି ମୂହୁର୍ତରେ ପ୍ରବେଶ ହେବନାହିଁ ବୋଲି ନିଶ୍ଚିତତା ନାହିଁ । ୩୭୫ ଧାରା ଉଚ୍ଛେଦ ପରେ ପାଗଳ ଭଳି ପ୍ରଳାପ କରୁଥିବା ପାକିସ୍ଥାନ କିଛି ବି ଅଘଟଣ ଦକ୍ଷିଣ ଭାରତରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିବା ସମ୍ଭାବନା ବୋଲି ଗୋଇନ୍ଦା ସୂଚନା ଆଧାରରେ ସାମୁଦ୍ରିକ ଥାନା ଗୁଡିକର ସଜାଗ ରଖାଯାଇଥିବା ପ୍ରଶାସନ ପ୍ରକାଶ କରୁଛି । କିନ୍ତୁ ବ୍ରହ୍ମପୁର ସହରରେ ଅଜଣା ଅଣଓଡିଆ ସନ୍ଦିଗ୍ଧଙ୍କ ସଂଖ୍ୟା ଉପରେ ପୋଲିସର ତୀକ୍ଷ୍ଣ ନଜର ନାହିଁ । ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି କୌଣସି କାରଣରୁ ବିଭିନ୍ନ ସ୍ଥାନରୁ ଫୋଟ ଉତ୍ତୋଳନ କରିବା ନଜର ବି ରହିଛି । ଏହିମାନଙ୍କ ପ୍ରତି ପୋଲିସ ସୁରକ୍ଷା ଦୃଷ୍ଟିରୁ ଦୃଢ ନଜର ରଖିବା ସହ ସେହି ବ୍ୟକ୍ତି ମାନଙ୍କ ଠୋସ୍ ପ୍ରମାଣପତ୍ର ଯାଞ୍ଚ କରିବା ଆବଶ୍ୟକତା ରହିଛି । କାରଣ ବାଦାମ ଆସୁଛି ଟ୍ରକରେ ପାକିସ୍ଥାନ ରାଜସ୍ଥାନ ବୋର୍ଡରରୁ ୧୫ଟି ପାର୍ଟି ସେମାନଙ୍କ ଗତିବିଧି ପୁରା ସନ୍ଦେହଜନକ ପୋଲିସ ପାଖରେ ଖବର ନାହିଁ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା