୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ : ଡ୍ରାଇଭର ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ କରୁଥିବାର ଦେଖିବାକୁ ମିଳୁଛି । ଆଜି ଗୋଟିଏ କଣ୍ଟେନରର ସିକିରେଟ୍ ଚାମ୍ବର ଭିତରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଗଜପତି ଜିଲ୍ଲାରୁ ବାହାରି ଖଲ୍ଲିକୋଟ-ବ୍ରହ୍ମପୁର ସହର ଦେଇ ଇଚ୍ଛାପୁର-ଆନ୍ଦ୍ରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କନିଷି ଢ଼ାବା ନିକଟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ହାବୁଡ଼ରେ ପଡିଥିଲା । ପରେ ଗାଡ଼ି ଯାଞ୍ଚ ବେଳେ କଣ୍ଟେନରର ସିକିରେଟ୍ ଚାମ୍ବରୁ ୫ ବସ୍ତା ଗଞ୍ଜେଇ ଜବତ ହୋଇଥିଲା । ସେଥିରେ ମୋଟ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅର୍ଥାତ ୧୬୦ କିଲୋ ଗଞ୍ଜେଇ ଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଇଚ୍ଛାପୁରରେ କଣ୍ଟେନରର ମାଲ ଭର୍ତ୍ତି କରି ଆନ୍ଦ୍ରପ୍ରଦେଶ ମାଲ ଖାଲି କରି ସିକିରେଟ୍ ଚାମ୍ବରେ ଥିବା ଗଞ୍ଜେଇ ମୁମ୍ବାଇକୁ ଚୋରା ଚାଲାଣ ହୋଇଥାନ୍ତା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀ କହିଛନ୍ତି । ଏହି ମାମଲାରେ ଅବକାରୀ ଗୁଇନ୍ଦା ବିଭାଗ କଣ୍ଟେନରର ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପଡା ରୋହିତ ସ୍ୱାଇଁ (୨୫) । ସୂଚନାପ୍ରକାରେ ଗଜପତି ଜିଲ୍ଲାରୁ ମୁମ୍ବାଇକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେ଼ପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦେଶକ୍ରମରେ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ବିଭାଗର ଏକ ଟିମ ଆଜି ଭୋରୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଯାଇ ଗୋଟିଏ କଣ୍ଟେନରର(ଏମଏଚ-୧୨-ଏଚଡି-୨୦୫୪)ଗାଡ଼ିରପିଛା କରି କନିଷି ଢ଼ାବା ନିକଟରେ ଅଟକାଇ ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚ ବେଳେ କଣ୍ଟେନରର ସିକିରେଟ୍ ଚାମ୍ବରରୁ ୧୬୦ କିଲୋ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କଲା ଅବକାରୀ । ଜବତ ଗଞ୍ଜେଇ ଓ କଣ୍ଟେଇନରର ଆନୁମାନିକ ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା