୭୦୦କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିବାକୁ ବିଏମସିର ଯୋଜନା:ଓଡ଼ିଶା ମ୍ୟୁନିସିପାଲ୍‌ ନିୟମ ୧୩୮ ଅନୁଯାୟୀ ପ୍ରି ବଜେଟ୍‌ କାମ ଆରମ୍ଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଥର ଭୁବନେଶ୍ୱର ମହାନଗର ନିଗମ ପ୍ରସ୍ତୁତ କରିବ ୭୦୦କୋଟିର ବଜେଟ୍‌ । ଓଡ଼ିଶା ମ୍ୟୁନିସିପାଲ୍‌ ନିୟମ ୧୩୮ ଅନୁଯାୟୀ ପ୍ରି ବଜେଟ୍‌ କାମ ଆରମ୍ଭ ହୋଇଛି । ସେହିଭଳି ମ୍ୟୁନିସିପାଲ୍‌ ନିୟମ ୨୮ ଓ ୨୯ ଅନୁସାରେ ବିଏମସି ଅଞ୍ଚଳରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ଏଥିରେ ସହରବାସୀଙ୍କ ଆବଶ୍ୟକତାକୁ ଅଧିକ ଫୋକସ୍‌ କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ଏଥି ସହ ୱାର୍ଡ ଅଫିସ ଗୁଡ଼ିକର ଭିତ୍ତିଭୂମି ବିକାଶ, ରାସ୍ତାଘାଟର ନିର୍ମାଣ, ଆଲୋକୀକରଣ, ପାର୍କ ଗୁଡ଼ିକର ରକ୍ଷଣାବେକ୍ଷଣ, ସହର ଭିତରେ ଥିବା ଜଳାଶୟ ଗୁଡ଼ିକରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଛଚାଷକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।ଗଲାବର୍ଷ ଅପେକ୍ଷା ବିଏମସି ବଜେଟ୍‌ରେ ଏଥର ପାଖାପାଖି ଅଢ଼େଇଶହ କୋଟି ଟଙ୍କା ବଢ଼ିଛି । ଗତ ବର୍ଷ ୪୬୧କୋଟି ଟଙ୍କାର ବଜେଟ୍‌ କରାଯାଇଥିବା ବେଳେ ଏଥର ଏହାର ପରିମାଣ ୭୦୦କୋଟି ଛୁଇଁଛି ।ମାର୍ଚ୍ଚ ୧୫ ସୁଦ୍ଧା ଭୁବନେଶ୍ବର ମହାନଗର ନିଗମର ସବୁ ବିଭାଗକୁ ସେମାନଙ୍କ ବ୍ୟୟ ବରାଦ ତଥ୍ୟ ଦେବାକୁ କୁହାଯାଇଛି ।ଓଡ଼ିଶା ମ୍ୟୁନିସିପାଲ ନିୟମ ୧୩୮ ଅନୁଯାୟୀ ବିଏମସି ତା’ର ପ୍ରି ବଜେଟ୍‌ କାମ ଆରମ୍ଭ କରିଛି ।ତେବେ ଏହାକୁ ନେଇ ନିଜ ନିଜ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କର୍ପୋରେଟର । ବର୍ଷେ ହେଲାଣି ବିଏମସିରେ ନିର୍ବାଚନ ପ୍ରତିନିଧି ନଥିବା ବେଳେ ବିଏମସି ବଜେଟ୍‌ରେ କରାଯାଉଥିବା ବିଭିନ୍ନ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କର୍ପୋରେଟର ।

ରିପୋର୍ଟ : ଆକାଶ ମିଶ୍ର