
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର କୋଟସାହି ପଂଚାୟତର ଡିଙ୍ଗାଶୋଳ ଠାରେ ମଂଗଳମାତା କ୍ଲବ ପକ୍ଷରୁ କ୍ରିକେଟ ଟୁଣ୍ଟାମେଣ୍ଟ ଉଦ୍ଯାପିତ ହୋଇଛି । ଏଥିରେ ବାରିପଦା, ଗୋବର୍ଦ୍ଧନପୁର-୧, କାଶିଡିହା, ଗୋବର୍ଦ୍ଧନପୁର-୨, ବିଷ୍ଣୁପୁର, ଚୋରମରା, ବାଲିକୁଟି ଓ ଡିଙ୍ଗାଶୋଳ ଦଳ ଯୋଗ ଦେଇଥିବା ବେଳେ ଆଜି ଫାଇନାଲ ଖେଳରେ ଡିଙ୍ଗାଶୋଳ ବିଜେତା ହୋଇ ୨୦୦୦୦ ଟଙ୍କା ନଗଦ ଓ ଟ୍ରଫି ଏବଂ ରନର୍ସଅଫ ଦଳ ବାରିପଦା ଦଳ ୧୨୦୦୦ ଟଙ୍କା ନଗଦ ଓ ଟ୍ରପିଂ ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ସଭାରେ କ୍ଲବର ସଭାପତି ରବିନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ମୁଖ୍ୟବକ୍ତାଭାବେ ବିପିନ ବିଶ୍ୱାଳ, ଅତିଥିଭାବେ କାଳିକିଂକର ଦାସମହାପାତ୍ର, ଜଗନ୍ନାଥ ପଣ୍ଡା, ବିକର୍ତ୍ତନ ଜେନା, ଗଗନ ବିହାରୀ ସାହୁ, ହିମାଂଶୁ ଜେନା, ହରେନ୍ଦ୍ର ଜେନା, ସୁରେଶ ଜେନା, ସୁଦର୍ଶନ ଜେନ, ଶଶିଭୂଷଣ ଜେନା, ବିଶ୍ୱଜିତ୍ ଜେନା ଯୋଗ ଦେଇଥିଲେ ।
ରିପୋଟ : ଭୂପତି ପରିଡା