
ଛତ୍ରପୁର (ସମୃଦ୍ଧ ଓଡିଶା) ୮ ଦଫା ଦାବି ନେଇ ଆମ୍ବେଦକର ସମତା ପରିଷଦ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି । ଏଥିରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବସୁଧା ଯୋଜନାରେ ଗୃହହୀନମାନଙ୍କୁ ଗୃହ ପ୍ରଦାନ, ଭୂମିହୀନଙ୍କୁ ଜମି ପ୍ରଦାନ, ଚାଷୀ ଭାଗଚାଷୀ ତଥା ଶ୍ରମିକମାନଙ୍କୁ ଆଇନତଃ ଅଧିକାର ପ୍ରଦାନ, ଭାଗଚାଷୀଙ୍କୁ କୃଷିଋଣ ପ୍ରଦାନ କରିବା, ସମସ୍ତ ଦଳିତ ପରିବାରଙ୍କୁ ଘରବାରି ପଟ୍ଟା ପ୍ରଦାନ, ଜମିହୀନ ଗରିବଙ୍କୁ ମାସକୁ ୩ହଜାର ଟଙ୍କା ପେନସନ ଦେବା ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସାର ସଂପାଦକ ରମେଶ ଚନ୍ଦ୍ର ସାହୁ, ଦଳିତ ସହାୟକ ପ୍ରତିଷ୍ଠାନ ସଭାପତି କାଳୁ ଚରଣ ନାୟକ, ଇଜୁ ଅମିନ ଖାନ, ସିମାଞ୍ଚଳ ନାହାକ, ତାରିଣୀ ନାୟକ, ଲିଙ୍ଗରାଜ ନାୟକ, ଆଦିତ୍ୟ ନାହାକଙ୍କ ସମେତ ବହୁ ସଂଖ୍ୟକ ମହିଳା ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

ଶୀତ ରାତିରେ ଧ।ରଣ।ରେ ବସିଛନ୍ତି ।



