ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୱାଇଡବ୍ଲ୍ୟୁସିଏ ଯୁବ ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆଜି ହିଲପାଟଣା ସ୍ଥିତ ହେଲେନ ପ୍ରାର୍ଥନା ଗୃହ ପରିସରରେ ଖ୍ରୀଷ୍ଟମାସ ଓ ଫାଉଣ୍ଡେସନ ଦିବସ ପାଳନ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ସଦସ୍ୟାମାନେ ଯୋଗ ଦେଇ ଯୀଶୁଙ୍କ ଜନ୍ମ ଜୟନ୍ତି ମାସକୁ ଗୀତ ଓ କେରଲ ମାଧ୍ୟମରେ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଭାବେ ମେରସି ମିସନର ମୁଖ୍ୟା ଶ୍ରୀମତୀ ଜିଜି ରାଜେଶ ଯୋଗଦେଇ ଖ୍ରୀଷ୍ଟମାସର ଶୁଭ ସମ୍ବାଦ ପରିବେଷଣ କରିଥିଲେ । ସଂଗଠନର ଅଧ୍ୟକ୍ଷା ଲେନା ଚାନ୍ଦ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲା ବେଳେ କୋଷାଧକ୍ଷା ରଶ୍ମି ରେଖା ମହାନ୍ତି ସ୍ୱାଗତ ସଂଭାଶଣ ଦେଇଥିଲେ ଓ ସମ୍ପାଦିକା ଇପ୍ସିତଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଫାଉଣ୍ଡେର ସଦସ୍ୟା ପଦ୍ମିନୀ ପାତ୍ର ଓ ସୁନନ୍ଦା ମହାନ୍ତି ୱାଇଡବ୍ଲ୍ୟୁସିଏ ର ୨୨ ବର୍ଷର ଇତିହାସ ଓ ସମାଜସେବା କାର୍ଯ୍ୟକ୍ରମକୁ ବକ୍ତବ୍ୟରେ ରଖିଥିଲେ । ଗୀତ ଓ ଖ୍ରୀଷ୍ଟମାସ ନୃତ୍ୟରେ ସଦସ୍ୟା ମାନେ ଝୁମି ଉଠିଥିଲେ । ଏହି କାର୍ଯ୍ୟକ୍ରମରେ ରତ୍ନା କୋଟନ, ଅର୍ଚନା ନାୟକ, ଆଶା ନାୟକ, ନିଶାମଣି ନାୟକ, ରୋଜାଲିନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ । ଆଗାମୀ ଦିନ ଗୁଡାକରେ ବସ୍ତି, ଗାଁ ପୁଣି ଅସହାୟ ଲୋକ ମାନଙ୍କ ପାଖକୁ ଯାଇ ସମାଜର ଉନ୍ନତି ମୂଳକ କାମରେ କାର୍ଯ୍ୟ ଜାରି ରଖିବୁ ବୋଲି ଅଧ୍ୟକ୍ଷା ଘୋଷଣା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା