ୱାଇ.ବି. ଖୁରାନିଆ ରାଜ୍ୟର ନୂଆ ପୋଲିସ ଡିଜି ନିଯୁକ୍ତ

ଭୁବନେଶ୍ୱର(ସମୃଦ୍ଧଓଡିଶା)୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି।  ଖୁରାନିଆଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର କମିଶନର ଓ ନୟାଗଡ଼, ରାଉରକେଲା,ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୋଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଆଉ ମଧ୍ୟ ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ଏଥିସହ କେନ୍ଦ୍ରକୁ ଯାଇ ବିଏସଫ ସ୍ପେଶାଲ ଡିଜି ମଧ୍ୟ ଥିଲେ। କେନ୍ଦ୍ରରୁ ଫେରିବା ପରେ ରାଜ୍ୟରେ ଏବେ ତାଙ୍କୁ ଏହି ନିଯୁକ୍ତି ମିଳିଛି । 

ରିପୋର୍ଟ : ରଜତ ମହାପାତ୍ର