ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ୱେବ ମିଡିଆ ସମ୍ବାଦିକ ମାନଙ୍କ ଏକ ବୈଠକ ବରିଷ୍ଠ ସାମ୍ବାଦିକ ନିରାକାର ସାହୁଙ୍କ ପୈ।ରହିତ୍ୟରେ କଲ୍ୟାଣ ମଣ୍ଡପ ଠାରେ ପବିତ୍ର ରଥ ଯାତ୍ରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏକତା ଓ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ପର୍କରେ ଆଲୋଚନା ହେବ ସହ, ଯେକୌଣସି ସାମ୍ବାଦିକର ଖବର ସଂଗ୍ରହ ସମୟରେ ଅସୁବିଧାର ସମ୍ମୁଖୀନ ହେଲେ ସମସ୍ତ ସାମ୍ବାଦିକ ସେଠାରେ ପହଂଚି ସାହାଯ୍ୟ ସହଯୋଗ କରିବେ, ପ୍ରତେକ ମାସର ଶେଷ ସପ୍ତାହରେ ବୈଠକ କରାଯିବ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୱେବ ମିଡ଼ିଆ ବନ୍ଧୁ ମାନଙ୍କୁ ଅନୁରୋଧ କରି ବୈଠକ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୱେବ ମିଡ଼ିଆର ସାମ୍ବାଦିକ ନିରାକାର ସାହୁ, ପବିତ୍ର ପ୍ରସାଦ ମହାପାତ୍ର, ପ୍ରିୟବ୍ରତ ନାୟକ, ମୃତ୍ୟୁଞ୍ଜୟ ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା ଓ ଚିତ୍ତରଞ୍ଜନ ଗନ୍ତ।ୟତ ପ୍ରମୁଖ ଆଜିର ବୈଠକରେ ଯୋଗ ଦେଇ ନିଜ ମତ ରଖିଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ