ଅଂଶୁ ଘାତରେ ଅଜଣା ମହିଳା ଗୁରୁତର : ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନ ପ୍ଲାଟଫର୍ମରେ ହଠାତ୍ ଜଣେ ଅଜଣା ମହିଳା (୫୦) ସଂଜ୍ଞାହୀନ ହୋଇ ପଡିଯିବାରୁ ତାଙ୍କୁ ତୁରନ୍ତ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲରେ ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ଭର୍ତ୍ତୀ କରାଇଛନ୍ତି । ଗତ ୨ଦିନ ଧରି ସେ ଜଳେଶ୍ବର ଷ୍ଟେସନ ଅଂଚଳରେ ଭିକ୍ଷାବୃତି କରୁଥିବାର କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତାଙ୍କ ନିକଟରେ ରେଳବାଇର ଜଣେ ୪ର୍ଥ ଶ୍ରେଣ କର୍ମଚାରୀ ପ୍ରଶାନ୍ତ ଦାସ ଜଗି ରହିଥିବା ବେଳେ ବଜ୍ରଂ ଦଳର ପବନ ସାହୁ, ଅଜଂନ ଦାସ, ପ୍ରଦୀପ ବାରିକ, ରବିନ୍ଦ୍ର ନାଥ ପାତ୍ର, ସାମ୍ବାଦିକ ସତ୍ୟବ୍ରତ ସୋମ ଓ ରବିନ୍ଦ୍ର ନାଥ ସେନାପତି ପ୍ରମୁଖ ସହ୍ପିଟାଲ ନେବାରେ ସହଯୋଗ କରିଥିଲେ । କୌଣସି ସୁହୃଦ୍ ବ୍ୟକ୍ତି ଏ ସଂପର୍କରେ ତଥ୍ୟ ଜାଣିଥିଲେ ଭଟ୍ଟର ହସ୍ପିଟାଲରେ ପହଞ୍ଚିବାକୁ ଶ୍ରୀ ମଣ୍ଡଳ ଅନୁରୋଧ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା