



ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଯାଏଁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି I ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ହେଉଛି ଏହାର ପ୍ରକୃତ ଲକ୍ଷ I ୧୦ଦିନ ଧରି ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚି ବିଜେଡି ନେତାମାନେ ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବେ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରହିଛି l ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିନରେ ହିଞ୍ଜିଳିକାଟୁ ବ୍ଲକ୍ ର ୬୮ନମ୍ୱର୍ ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା ୬୮ନମ୍ବର ଜୋନରେ ଜନସମ୍ପର୍କ ପଦଯାତ୍ରା l ଏଥିରେ ବିଭିନ୍ନ ଗ୍ରାମରୁ ବହୁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଏହି ଶୋଭାଯାତ୍ରାରେ ହିଞ୍ଜିଳି ବିଧାୟକ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ର, ବ୍ଲକ୍ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗଞ୍ଜାମ ଜିଲ୍ଲା ଗ୍ରୀଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ଡି ବିଶ୍ଵନାଥ, ହିଞ୍ଜିଳିକାଟୁ ବ୍ଲକ୍ ଅଧକ୍ଷ୍ୟା ସରସ୍ଵତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁ, ଜିଲ୍ଲାପରିଷଦ ସଭ୍ୟା ବି ଗୀତାଞ୍ଜଳୀ, ବ୍ଲକ୍ ଯୁବ ସଭାପତି ମନୋଜ ସାବତ ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରି ଶାନ୍ତିଶୃଙ୍ଖଳା ସହ ସଫଳ କରିଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ

