ଅଖିଲେଶ ଯାଦବଙ୍କୁ ଲକ୍ଷ୍ନୌ ବିମାନ ବନ୍ଦରରେ ନଜରବନ୍ଦୀକୁ ନିନ୍ଦା, ଯୋଗୀ ଆଦିତ୍ୟନାଥଙ୍କ ଓଡ଼ିଶାଗସ୍ତକୁ ବିରୋଧ କରିବ ସମାଜବାଦୀ ପାର୍ଟି …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଜାତୟ ଅଧ୍ୟକ୍ଷ ଶ୍ରୀ ଅଖିଲେଶ ଯାଦବଙ୍କୁ ତାଙ୍କର ଆହ୍ଲାବାଦ ଯିବା ରାସ୍ତାରେ ଉତର ପ୍ରଦେଶ ପୋଲିସ୍ ଲକ୍ଷ୍ନୌର ଚୌଧୁରୀ ଚରଣସିଂହ ଆନ୍ତର୍ଜାତିକ ବିମାନବନ୍ଦରରେ ଦୀର୍ଘ ସମୟ ଧରି ଅଟକ ରଖି ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନ ଛାଡିବା ଏବଂ ଏହାର ପ୍ରତିବାଦ କରି ସାଂସଦ ଧର୍ମେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଧାରଣାରତ ଛାତ୍ର ଓ ଯୁବକମାନଙ୍କ ଉପରେ ପୋଲିସ୍ର ରକ୍ତାକ୍ତ ଲାଠିମାଡକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ବେଆଇନ୍ ଅଟକ କେବଳ ଅଗଣତାନ୍ତ୍ରିକ ନୁହେଁ, ଛାତ୍ର ଓ ଯୁବ ସମାଜର ଆଇକନ୍ ସାଜିଥିବା ଅଖିଳେଶ ଯାଦବଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ଧିଷ୍ଟ । ସପା ଓ ବସପା ର ଗଠବନ୍ଧନ ପରେ ବିଜେପିର ପତନ ନିଶ୍ଚିତ ଜାଣି ଯୋଗୀ ସରକାର ଅଖିଳେଶ ଯାଦବଙ୍କ ଜନପ୍ରିୟତାରେ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଆହ୍ଲାବାଦ ଛାତ୍ରସଂସଦ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁଯୋଗ ନଦେବା ବିଜେପିର ଭୀରୁତା ଓ କାପୁରଷତାକୁ ପ୍ରମାଣିତ କରୁଛି । ଆଗାମୀ ୨୦ ତାରିଖ ଦିନ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେତେବେଳେ ଓଡ଼ିଶା ଆସିବେ ଓଡ଼ିଶା ରାଜ୍ୟ କମିଟି ତାଙ୍କ ଗସ୍ତକୁ ବିରୋଧ କରିବା ସହିତ ଅଖିଳେଶଙ୍କ ଏହି ନଜରବନ୍ଦୀର ପ୍ରତିଶୋଧ ନେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର