ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମର ନିଆଁରେ ପୋଡି ଯାଇଥିବା ୪ଜଣ ଶିଶୁକୁ ପୋଲସରା ମେଡିକାଲରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଶିଶୁ ମାନଙ୍କ ସହ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ମେଡିକାଲରେ ପହଞ୍ଚିବ ଥିଲେ । ସେଠାରେ ଡାକ୍ତର ୩ ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ବିଧାୟକ ଡାକ୍ତରଙ୍କ ସହ ଆଲୋଚନା କରି ଅନ୍ୟ ଏକ ଶିଶୁକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବା ସହ ମୃତ ତିନି ଜଣ ଶିଶୁଙ୍କ ଶରୀରକୁ ବ୍ୟବଚ୍ଛେଦ କରି ବିଧାୟକ ମରଶରୀରକୁ ନେଇ ଗ୍ରାମରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ