ଜଳେଶ୍ୱର (ସମୃଦ୍ଧ ଓଡିଶା) ସର୍ବଭାରତୀୟ ଅଗ୍ରଗାମୀ ଦିବ୍ୟାଙ୍ଗ ସଂଘର ୩୧ତମ କୃଷି, ଶିଳ୍ପ, ବାଣିଜ୍ୟ ମେଳା ଓ ଜଳେଶ୍ୱର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଆସନ୍ତା ୧ ତାରିଖରୁ ଜଳେଶ୍ୱର ଶାନ୍ତିଆସ୍ଥିତ ଷ୍ଟାଡିୟମ ପଡିଆରେ ଆରମ୍ଭ ହେବାକୁ ଯାଉଛି ଏ ବର୍ଷର ପ୍ରଥମ ମହୋତ୍ସବ । କେବଳ ଭାଷା, ସାହିତ୍ୟ, ସଂସ୍କୃତି ଓ ସାଂସ୍କତିକ କାର୍ଯ୍ୟକ୍ରମ ନୁହେଁ, ଭାରତର ବିଭିନ୍ନ ସ୍ଥାନ ଏପରିକି ଜଳେଶ୍ୱରର ଉତ୍ପାଦିତ ବିଭିନ୍ନ ପଣ୍ୟଦ୍ରବ୍ୟ, କୃଷି ଓ ଶିଳ୍ପ ଯାତୀୟ ପଦାର୍ଥ ବିକ୍ର ହେବା ସହିତ ଏକ ବାଣିଜ୍ୟିକ ପରିବେଶ ସୃଷ୍ଟି କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ ବୋଲି ଜଳେଶ୍ୱରର ବିକାଶ ପରିଷଦର ମୁଖ୍ୟ ମନୋରଂଜନ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ ସେନାପତି ଆସନ୍ତା ୧ ତାରିଖରେ ଉଦ୍ଘାଟନ କରିବାକୁ ଥିବା ବେଳେ ପର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗୋମାଙ୍ଗ ତଥା ସମାଜସେବୀ ଓ ରେବତୀର ସଂପାଦିକା ସୁବାସିନୀ ଜେନାଙ୍କ ସହିତ ଓଡିଶା, ପଶ୍ଚିମବଂଗର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗ ଦେବା ସଂପର୍କରେ ମନୋରଂଜନ ଦାସ, ଅଧ୍ୟାପକ ଅନନ୍ତ ଦାସ, ହେମନ୍ତ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି । ସେମାନଙ୍କ ସହିତ ନନ୍ଦିନୀ ଗୋଶାଳାର କର୍ମକର୍ତ୍ତା, ଶାନ୍ତିଆର ନବଜ୍ୟୋତି ଯୁବକ ସଂଘ, ଚନ୍ଦନା ଆଦିବାସୀ ସଂଘ ଏଥିରେ ଯୋଗ ଦେବେ ବୋଲି ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୟାଲ, ଭାଗବତ ଅଣ୍ଡିଆ, ସୁବ୍ରତ ଘୋଷାଲ, ତରୁଣ ପାତ୍ର, ସୁଭେନ୍ଦୁ ଦାସମହାପାତ୍ର, ମାନସ ପ୍ରଧାନ, ଜଗନ୍ନାଥ ଗୋଚ୍ଛାୟତ, ମଧୁସୂଦନ ବ୍ରହ୍ମ, ସରୋଜ ପାତ୍ର, ସୁଧାଂସୁ ଜେନା, ଯୋଗେନ୍ଦ୍ର ପାତ୍ର, ପ୍ରଶାନ୍ତ ଦାସ, କାଳିଚରଣ ଦାସ, ଫାଲଗୁନୀ ପାଣିଗ୍ରାହୀ, ଅମିତ୍ ରାଡୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା