ଅଘୋଷିତ ବିଦ୍ୟୁତ କାଟ:ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ରଗୁଂଣୀ ବନ୍ଦ ସାହି ଓ ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଦୀର୍ଘ ସମୟ ଧରି ବିଦ୍ୟୁତ ନାହିଁ ଏବଂ ଅଘୋଷିତ ବିଦ୍ୟୁତ କାଟ କରାଯାଊଛି । ଯାହାକୁ ନେଇ ଜନସାଧାରଣରେ ଉତେଜନା ସୃଷ୍ଟି ହୋଇଛି । ଏହି ସମ୍ପର୍କରେ ଉଚ୍ଚପଦ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପ୍ରକାର ସୁଫଳ ହେଊନାହିଁ ବୋଲି ଅଭିଯୋଗ ହୋଇଛି । ଏଥିଯୋଗୁଁ ଜନସାଧାରଣରେ ଅସନ୍ତୋଷ ଦେଖା ଦେଉଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା