ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଅବହେଳା ପ୍ରସଙ୍ଗ:ସହରାଞ୍ଚଳ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଲେଖିଲେ କାଉନସିଲର

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲା ସୋରଡା ଏନ ଏ ସି ର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଅବହେଳାକୁ ନେଇ ଏବେ ରାଜ୍ୟସରକାର ଙ୍କ ନିକଟ ରେ ଅଭିଯୋଗ କରିଛନ୍ତି ଏହି ୱାର୍ଡ ର କାଉନ୍ସିଲର। ସୋରଡା ଏନ ଏ ସି ର ୦୮ ନମ୍ବର ୱାର୍ଡ ରେ ଅଙ୍ଗନବାଡି କେନ୍ଦ୍ର ଟି ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନଥିବା ବେଳେ ଏହା ୦୯ ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ରେ ବର୍ତମାନ ଚାଲିଛି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଗୃହ ରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଚାଲିବା କଷ୍ଟ ସାଧ୍ୟ। ୪୫ ରୁ ଉର୍ଦ୍ଧ ପିଲାମାନେ ଗୋଟିଏ ଗୃହ ରେ ବସୁଛନ୍ତି। ବର୍ଷା ହେଲେ ଏହି କେନ୍ଦ୍ର ରୁ ପାଣି ଗଳୁଛି। ଏହି ୱାର୍ଡ ର ଅଙ୍ଗନବାଡି କର୍ମୀ ମାନେ ପୋଛା ଧରି ପାଣି ବାହାର କଲା ପରେ ଯାଇ ପିଲାମାନେ ବସି ପାରୁଛନ୍ତି। କେନ୍ଦ୍ର ର ଆବଶ୍ୟକ କାଗଜପତ୍ର ଓ ଫାଇଲ ରଖିବା ପାଇଁ ଜାଗା ଖଣ୍ଡେ ନାହିଂ। ବାରମ୍ବାର ଅଭିଯୋଗ ପରେ ଅର୍ଥ ମଞ୍ଜୁର ହେଲା ଏବଂ ଏନ ଏ ସି ତରଫରୁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଲା ପରେ ମଧ୍ୟ ହୋଇ ପାରୁନି କେନ୍ଦ୍ର ର ନିର୍ମାଣ। ଗୋଟିଏ ବର୍ଷ ରୁ ଉର୍ଦ୍ଧ ହେଲା ଏହି ଦାବି ହେଲେ ମଧ୍ୟ ଏନ ଏ ସି କତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇନାହାନ୍ତି। ଫଳରେ ଏଠାରେ ପଢୁଥିବା ପିଲାମାନେ ନାହିଂ ନଥିବା ଅସୁବିଧା ର ସମୁଖିନ୍ନ ହେବା ସହ ଏକ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟ ରେ ରହୁଛନ୍ତି। ଛୋଟ ଛୋଟ ପିଲାମାନଙ୍କୁ ଉତମ ପରିବେଶ ମଧ୍ୟ ରେ ପଢାଇବା ଓ ଉତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ଏକ ଶିଶୁ ର ମୌଳିକ ଅଧିକାର ହେଲେ ମଧ୍ୟ ଏଠାରେ ସ୍ଥାନୀୟ ପରିଷଦ ଏଥିପ୍ରତି କେତେ ସଚେତନ ତାହା ଏହି କେନ୍ଦ୍ର ରେ ନିର୍ମାଣ ଅବହେଳା ରୁ ସ୍ପଷ୍ଟ ଜଣାପଡୁଛି। ଏହି ଅବହେଳା ପଛରେ ଅନେକ ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ର ସୁବିଧା ବନ୍ଧା ପଡିଛି ବୋଲି ଏଠାକାର କାଉନସିଲର ଅଭିଯୋଗ କରିଛନ୍ତି। ପିଲାଙ୍କ ଭୋଜନ ପାଇଁ ଅବଶ୍ୟକ ସ୍ଥାନ ଟିକେ ନାହିଂ ଏପରି ସ୍ଥିତି ରେ ଏକ ଭଙ୍ଗା ଦଦରା କୋଠା ର ପିଣ୍ଡା ରେ ବସି ଖାଉଛନ୍ତି ପିଲାମାନେ। ଏହି ପରି ଅବବ୍ୟବସ୍ଥା ଯୋଗୁଁ ଏଠାକୁ ଛୋଟ ଛୋଟ ପିଲାଙ୍କୁ ପଠାଇବା ପାଇଁ ଉଚିତ ମାନେ କରୁନାହାନ୍ତି ଅଭିଭାବକ । ଏହି ସଂକ୍ରାନ୍ତ ରେ ଅନେକ ଅଭିଯୋଗ ପୂର୍ବ ରୁ ଜିଲ୍ଲା ପ୍ରଶାସନ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ଦିଆଯାଇଥିଲେ ମଧ୍ୟ କେହି ଏଥି ପ୍ରତି ଧ୍ୟାନ ଦେଇନାହାନ୍ତି। ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟ ଅଭିଯୋଗ ପାଇଲା ପରେ ଘଣ୍ଟ ଘୋଡେଇ ରଖିଲା ପରି ଏନ ଏ ସି କୁ ରଖିଥିବା ଏବେ ଅଭିଯୋଗ ହେଉଛି। ଏହା କୁ ନେଇ ଏଠାକାର କାଉନସିଲର ପ୍ରତିକ୍ରିୟା ରଖିବା ସହ ଗଞ୍ଜାମ ଜିଲ୍ଲାପାଳ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ, ମୋ ସରକାର ଓ ୫ ଟି ସଚିବ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଙ୍କୁ ପତ୍ର ଲେଖିବା ସହ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ମଧ୍ୟ ଲିଖିତ ଅଭିଯୋଗ ପଠାଇଛନ୍ତି। ଯଥା ଶୀଘ୍ର ସୋରଡାର ୦୮ ନମ୍ବର ୱାର୍ଡ ରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଗଲେ ଏଠାକାର ପଢୁଥିବା ପିଲାମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଏହି ୱାର୍ଡ ର କାଉନସିଲର ।