ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା ପାଇଁ ଦାବୀ କରି ଆନ୍ଦୋଳନ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) – ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା, ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ, ଚାକିରୀର ବୟସସୀମା ୬୫ବର୍ଷ, ଅବସରକାଳୀନ ଭତା ଆଦି ୧୩ ଦଫା ଦାବୀରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ କର୍ମଚାରୀ ଆସୋସିଏସନପକ୍ଷରୁ ଭୁବନେଶ୍ୱରରେ ଠାରେ ଆନ୍ଦୋଳନ ଜାରୀ ରହିଛି । ମଙ୍ଗଳବାର ସଂଘ ପକ୍ଷରୁ ଦିଆଯାଇଥିବା ଗଣଧାରଣାରେ କେନ୍ଦୁଝର ଜିଲ୍ଲା ତରଫରୁ ୩ ହଜାର ଅଙ୍ଗନୱାଡ଼ି କର୍ମଚାରୀ ଯୋଗ ଦେଇଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦିକା ଅଞ୍ଜଳି ପଟେଲ, ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, କେନ୍ଦୁଝର ଜିଲ୍ଲା ସମ୍ପାଦିକା ସୁଷମରାଣି ମହାପାତ୍ର, ସଭାନେତ୍ରୀ ମମତାରାଣୀ ବେହେରା, ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଅଚିରାଦିତ୍ୟ ପଟେଲ, ରାଜ୍ୟ ଅସଂଗଠିତ ପ୍ରମୁଖ ବସନ୍ତ କୁମାର ସାହୁ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର