ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପରିଚାଳିତ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ପାଇଁ ସରକାରୀ ବଜେଟରେ ବ୍ୟୟବରାଦ କରୁଥିଲେ ମଧ୍ୟ ପ୍ରଶାସନିକ ପେଞ୍ଚକୁ ସମତୁଲ କରି ଅଧିକାରୀ ସ୍ଥରରେ ଯୋଜନାର ଅପଭ୍ରଂଶ କରୁଥିବା ଦେଖିବାକୁ ମିଳୁଥିବା ସମ୍ପ୍ରତି ନିତିଦିନିଆ ହେଉଅଛି । କେନ୍ଦ୍ର ସ୍ଥରରେ ନିୟୋଜିତ କର୍ମୀଙ୍କୁ ଲୋକ ଲୋଚନରେ ପ୍ରଯୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଅପ ନିନ୍ଦିତ କରାଇ ଦଣ୍ଡିତ କରାଇବାରେ ଗଞ୍ଜାମ ଜିଲ୍ଲାରେ ବହୁ ନଜିର ରହିଥିବା ବେଳେ ବିନା ସରକାରୀ ଟେଣ୍ଡର ତଥା ଆନୁସାଙ୍ଗିକ କାର୍ଯ୍ୟଧାରାକୁ ନଜର ଅନ୍ଦାଜ କରି କରୋନା ଯୁଦ୍ଧଭଳି ଏକ ସ୍ପର୍ଶକାତର ପରିସ୍ଥିତିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାରା ଜିଲ୍ଲାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର ବଣ୍ଟନ ଓ ରନ୍ଧନ ଜନିତ ଅଣ୍ଡା ଯୋଗାଣ ବ୍ୟବସ୍ଥା ପ୍ରଦାନ କରାଯିବାକୁ ନେଇ ସାରା ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ଜଣାଯାଇଛି । ସରକାରଙ୍କ ଭୋଟ ବ୍ୟାଙ୍କ୍ ରାଜନୀତି ଭାବେ ବ୍ଲକ ସ୍ତରରେ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ମହିଳା ସଂଚୟିକା ସଂଘ ଗଠନରେ ଅଙ୍ଗନୱାଡ଼ି କର୍ମୀଙ୍କ ଗୁରୁତ୍ବ ରହିଅଛି । କିନ୍ତୁ ସ୍ଥଳ ବିଶେଷରେ ମହିଳା ସଂଚୟିକା ସଂଘ ଗଠନ କରି ସରକାରୀ ଲବ୍ଧ ଅନୁଦାନ ହଡ଼ପ କରିବା, ସଂଘ ନାଁ ରେ ବ୍ୟବସାୟ ଋଣ ଆଣି ଫେରସ୍ତ ନକରିବା ଓ ଉଦ୍ଧିଷ୍ଟ ସରକାରୀ ଯୋଜନାରେ ସଂଘକୁ ଜଡ଼ିତ କରାଇ ବିପୁଳ ଅର୍ଥ ଘୋଟାଲା କରାଇବାରେ ମଧ୍ୟ ସଂଶ୍ଳିଷ୍ଟ ଅଧିକାରୀଙ୍କ ଭୂମିକାର ଗୁରୁତ୍ବ ରହିଥାଏ । ଫଳ ସ୍ୱରୂପ ଗ୍ରାମାଞ୍ଚଳରେ ସରକାରଙ୍କ ସବୁ ଜନମଙ୍ଗଲ ଯୋଜନାର ସଫଳ ରୂପାୟନ ପାଇଁ ଅଙ୍ଗନୱାଡ଼ି କର୍ମୀ ଜୀବନକୁ ପାଣି ଛଡେଇ ସେବା ଉତ୍ସର୍ଗ କଲାବେଳେ ସରକାରୀ ସ୍ଥରରେ ସର୍ବଦା ଅବହେଳିତ ହେଉଅଛି । ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ସେବା ଦେଉଥିବା ଏହି କର୍ମୀଙ୍କୁ ଅଣଦେଖା କରି ଜିଲ୍ଲା ସ୍ତରରେ ଅବାଞ୍ଛିତ ନିଷ୍ପତି ନେଇ ଯୋଜନାକୁ ହଡ଼ପ କରାଇବା ଉଦ୍ଧେଶ୍ୟରେ ଅଧିକାରୀଙ୍କ କାର୍ଯ୍ୟଧାରା ସନ୍ଦେହଜନକ ଥିଲେ ମଧ୍ୟ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ନଜର ଅନ୍ଦାଜ କରିବା ଘଟଣା ସାରା ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ମହଲରେ ସମ୍ପ୍ରତି ଆଲୋଚ୍ୟ ବିଷୟ ହୋଇଅଛି । ମିଳିଥିବା ସୂଚନା ପ୍ରକାରେ କୋଭିଡ୍-୧୯ କୋରନା ଭୁତାଣୁ ଜନିତ ସଂକ୍ରମଣ ନୀରୋଧୁ ଯୋଦ୍ଧା ଭାବେ ସରକାର ଅଙ୍ଗନୱାଡ଼ି କର୍ମୀଙ୍କୁ ସର୍ବାଗ୍ରେ ରଖିଥିବା ସହିତ ସମାଜର ମର୍ମନ୍ତୁଦ ସ୍ଥିତିରେ କର୍ମୀଙ୍କ ଠାରୁ ସର୍ବୋଚ୍ଚ ସେବା ଓ ତଥ୍ୟ ହାସଲ କରୁଅଛି ।ପରନ୍ତୁ ଏହି ଘଡ଼ିସଂଧି ସମୟରେ କିଛି ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା ଏକମାତ୍ର ଜିଲ୍ଲା ଭାବେ ଅଙ୍ଗନୱାଡ଼ି କେନ୍ଦ୍ରର ବଣ୍ଟନ ଓ ରନ୍ଧନ ଅଣ୍ଡା ଯୋଗାଇବାକୁ ନିର୍ଦ୍ଧିଷ୍ଟ ଏକ ଏସଏଚ୍ ଜିକୁ ପ୍ରଦାନ କରିବା ନେଇ ଚିଠି କରାଇବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ରେଡ୍ଡୀଙ୍କ ତୁଷ୍ଟି କରଣ ଚିନ୍ତାଧାରାକୁ ନେଇ ସଂଶୟ ଦେଖାଯାଇଛି । ବିଗତ ଦିନରେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ପୋଷାକ ବଣ୍ଟନ ବ୍ୟବସ୍ଥାରେ ନିର୍ଦ୍ଧିଷ୍ଟ ଏସଏଚଜିକୁ ଦାୟିତ୍ଵ ଦେଇ କାର୍ଯ୍ୟକାରୀ କରିପାରୁନଥିବାରୁ କବିସୂର୍ଯ୍ୟନଗର ପ୍ରକଳ୍ପ କର୍ମୀ ସମୂହ ନିର୍ଦ୍ଧିଷ୍ଟ ଏସଏଚ୍ ଜି ଦ୍ଵାରା ଯୋଗାଣ ହୋଇଥିବା ନିମ୍ନ ମାନର ଶିଶୁ ପୋଷାକକୁ ଫେରସ୍ତ କରିଥିବା ବେଳେ ଶ୍ରୀମତୀ ରେଡ୍ଡୀଙ୍କ ଦ୍ଵାରା ବିନା ସରକାରୀ ଟେଣ୍ଡର ଓ ବିଭାଗୀୟ କମିଟି ସୁପାରିଶରେ କିପରି ନିର୍ଦ୍ଧିଷ୍ଟ ଏସଏଚ଼ଜିକୁ ଦାୟିତ୍ଵ ଦିଆଗଲା ସେ ନେଇ ଆଜି ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ,ଏଆଇଟିୟୁ ସି ଅନୁବନ୍ଧିତ ଗଞ୍ଜାମ ଜିଲ୍ଲା ଶାଖା କମିଟି ସ୍ପଷ୍ଟୀକରଣ ରଖିଅଛି । ଏଥି ସମନ୍ଧିୟ ଏକ ଜିଲ୍ଲା ସମ୍ମିଳନୀର ପୌରହିତ୍ୟକରି ଜିଲ୍ଲା କର୍ମୀ ସଂଘ ସଭାପତି ଶ୍ରୀମତୀ ମାମତାଜ ଖୁଣ୍ଟିଆ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଦୃଢ଼ ପ୍ରତିବାଦ କରିଛନ୍ତି । ସାରା ଓଡ଼ିଶାରେ ଏଭଳି ବ୍ୟବସ୍ଥା କେଉଁ ଜିଲ୍ଲାରେ ମଧ୍ୟ ପାରିତ ହୋଇନଥିଲା ବେଳେ ଜିଲାରସମସ୍ତ୍ କର୍ମୀ ଏହାକୁ ଗ୍ରହଣ କରିବାକୁ ନାରାଜ ହୋଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ସରକାରଙ୍କ ନିଷ୍ପତି ପ୍ରକାରେ କର୍ମୀ ସମୂହ କର୍ତ୍ତବ୍ୟରେ ଥାଇ ସେବା ଦେଉଥିବା ବେଳେ ଏଭଳି ନିଷ୍ପତି ଅବୈଧ ଦର୍ଶାଇ ଏହାକୁ ପ୍ରତ୍ୟାହାର କରାଇବାକୁ ସଂଗଠନ ସମ୍ପାଦିକା ଶ୍ରୀମତୀ ନର୍ମଦା ନାହାକ ଦାବି ରଖିଛନ୍ତି । ଏଆଇଟିୟୁସି ଜିଲ୍ଲା କର୍ମୀ ସଂଘ କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାସ ବୈଠକରେ ଯୋଗଦେଇ ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା ଅବୈଧ ନିଷ୍ପତ୍ତିର ପ୍ରତ୍ୟାହାର କରିବା ନେଇ ଏକ ସ୍ୱତନ୍ତ୍ର କମିଟି ଲକ୍ ଡାଉନ୍ ପରେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଣିକେଶ୍ଵରୀ ପଟ୍ଟନାୟକ, ଏମ୍ ଦମୟନ୍ତୀ ଦୋରା, ରୀତା ଦାଶଙ୍କ ସହ ଜିଲ୍ଲା ସଂଗଠନ ଅଧୀନ ୧୫ ଗୋଟି ପ୍ରକଳ୍ପର କାର୍ଯ୍ୟକର୍ତ୍ତା ସାମାଜିକ ଦୂରତା ଓ ସଂକ୍ରମଣ ନିରୋଧ ବ୍ୟବସ୍ଥାରେ ସ୍ଥାନୀୟ ପାର୍କ ସାହି ସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା