ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପିଲାମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ପିଲାମାନେ ଘଣ୍ଟା ଘଣ୍ଟାଧରି କେନ୍ଦ୍ରରେ ସହଜ ଓ ସୁରକ୍ଷିତ ଭାବେ ବସି ପାଠ ପଢିବା ପାଇଁ ଏବେ ପଂଚାୟତ ପକ୍ଷରୁ ଚେୟାର-ଟେବୁଲ ପ୍ରଦାନ କରାଯାଉଛି । ଜଳେଶ୍ୱର ଆସିଡିଏସ୍ଅଧିନରେ ମୋଟ ୭୪ଟି ଅଙ୍ଗନୱାଡି କେନ୍ଦ୍ରକୁ ମୋଟ ୧୫୧୨ଟି ଚେୟାର-ଟେବୁଲ ବଣ୍ଟା ଯିବ ବୋଲି ସିଡିପିଓ ଦୀପ୍ତିମୟୀ ପେ।ଥାଳ ପ୍ରକାଶ କରିଛନ୍ତି । ଜଳେଶ୍ୱର ବ୍ଲକର ଶିଖରପୁର ପଂଚାୟତରେ ସରପଂଚ ହରେକୃଷ୍ଣ ଗିରି ଓ ସମିତି ସଦସ୍ୟ ଝାଡେଶ୍ୱର ଦାସ ଏବଂ ଆଇସିଡିଏସର ପରିଦର୍ଶିକା ସ୍ନେହଲତା ଦାସଙ୍କ ଦ୍ୱାରା ଶିଖରପୁର ଅଙ୍ଗନଓ୍ବାଡି କେନ୍ଦ୍ରକୁ୧୬ଟି, ରାଜନଗର ଅଙ୍ଗନଓ୍ବାଡି କେନ୍ଦ୍ରକୁ ୨୨ଟି, ସୁଖଦୁଖିଆ ଅଙ୍ଗନଓ୍ବାଡି କେନ୍ଦ୍ରକୁ ୧୮ଟି, ଭାନୁପୁର ଅଙ୍ଗନଓ୍ବାଡି କେନ୍ଦ୍ରକୁ୧୭ଟି ଓ ମହୁଲିଆ(୧) ଅଙ୍ଗନଓ୍ବାଡି କେନ୍ଦ୍ରକୁ ୨୭ ଚେୟାର-ଟେବୁଲ ବଣ୍ଟନ କରାଯାଇଛି । ଫଳରେ ଅଭିଭାବକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା