ଗୋପାଳପୁର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ଅଚାନକ ଭାବେ ଗଞ୍ଜାମ ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳିର ଗୋପାଳପୁର ଠାରେ ଉପସ୍ଥିତ ହୋଇ ସାଂଗଠନିକ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଜିଲ୍ଲାର କିଛି ମଣ୍ଡଳ ସଭାପତି ତତ୍ ସହିତ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଠାରୁ ଜିଲ୍ଲାର ବିଭିନ୍ନ ସାମାଜିକ ସମସ୍ୟାର ଅଭିଯୋଗ ଶୁଣିବା ସହ ଓ ବୁଦ୍ଧିଜୀବି ମାନଙ୍କ ମତାମତ ଗ୍ରହଣ କରିଥିଲେ । ଏହାସହ ଏଥିରେ କିଛି ସାମାଜିକ ଗଣ ସଂଗଠନ ତଥା ମତ୍ସଜୀବି ସଂଗଠନ, ଦିବ୍ୟାଙ୍ଗ ସଂଗଠନ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିଥିଲେ । ଗୋପାଳପୁର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଗୋପାଳପୁର ସମେତ ଜିଲ୍ଲା ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ଦିବ୍ୟାଙ୍ଗ ମାନଙ୍କୁ ରାଜ୍ୟ ସରକାର ପଟ୍ଟା ପ୍ରଦାନରେ ଅହେତୁକ ଅବହେଳାକୁ କେନ୍ଦ୍ରମନ୍ତ୍ରୀ କଡା ସମାଲୋଚନା କରିଥିଲେ । ଏଥିରେ ରାଜ୍ୟ କାର୍ଯ୍ୟକର୍ତ୍ତା ସାରଦା ପ୍ରଶନ୍ନ ଶତପଥି ଓ ପ୍ରତାପ ମିଶ୍ର, ସରୋଜ ସାବତ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ଭାଜପା ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥୀନି, ଜିଲ୍ଲାର ସମସ୍ତ ସାଂଗଠନିକ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଶ୍ରୀ କାହ୍ନୁ ଚରଣ ପତି ସଭାପତିତ୍ୱ କରିଥିଲେ । ବିଭିନ୍ନ ନିର୍ବାଚନ ମଣ୍ଡଳୀର ପ୍ରମୂଖ କର୍ମୀ ଓ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା