ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଟକଳ ବୋର୍ଡ ନ ଥିବାରୁ ଦୁର୍ନୀତି ହେଉଥିବା ସନ୍ଦେହ ହେଉଛି I ଏଥିପାଇଁ ଦୁଇଟି ଅଟକଳ ମୂଲ୍ୟ ଧର୍ଯ୍ୟ କରାଯାଇଥିବା ସୂଚନା ମିଳିଛି I ପ୍ରଥମଟିରେ ଉଲ୍ଲେଖ ଅଛି ୩ ଲକ୍ଷ ୮୦ ହଜାର ଟଙ୍କା ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଚତୁର୍ଦଶ ଅର୍ଥ କମିଶନରେ ୨୦୧୯-୨୦ ଆର୍ଥିକ ବର୍ଷରେ କୁକୁଡାଖଣ୍ଡି ଚୁଡାଖାଇ ବନ୍ଧର ପୁନଃଉଦ୍ଧାର ନିମନ୍ତେ ବ୍ୟୟବରାଦ ହୋଇଥିବା ଜଣାପଡିଛି I ଆଉ ଗୋଟିଏ ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଛି ଯେଉଁଥିରେ କେବଳ ଅଟକଳ ମୂଲ୍ୟ ତିନି ଲକ୍ଷ ଟଙ୍କା ବୋଲି ଉଲ୍ଲେଖ ରହିଛି I କିନ୍ତୁ କେଉଁ ଅନୁଦାନରେ ଏହି ଟଙ୍କା ମିଳିଛି ତାହାର କୌଣସି ତଥ୍ୟ କୌଣସି ଠାରେ ବି ଉଲ୍ଲେଖ ନାହିଁ I ଅନ୍ୟପକ୍ଷେରେ କାର୍ଯ୍ୟର ଶେଷ ତାରିଖ ଉଲ୍ଲେଖ ନାହିଁ I ଏହାର ଅର୍ଥ କାର୍ଯ୍ୟଶେଷ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଦିଆଯାଇ ନାହିଁ I କେଉଁ ଯୋଜନା ପାଇଁ ଏହି ତାରିଖ ତାହା ମଧ୍ୟ କୌଣସି ପ୍ରକାରେ ଉଲ୍ଲେଖ ରହିନାହିଁ I ଯେଉଁଥିରୁ ସ୍ପଷ୍ଟ ବାରି ହେଉଛି କୌଣସି ନା କୌଣସି ଜାଗାରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି କୁକୁଡାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ I କିଛି ଦିନ ତଳେ ଏହି ବନ୍ଧକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଯେ, ଦୀର୍ଘ ମାସ ଧରି ବିନା ନାମଫଳକରେ ଏହି ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଚାଲୁଥିଲେ ମଧ୍ୟ ଲୋକଙ୍କୁ ଅନ୍ଧାରରେ ରଖି କୌଣସି ପ୍ରକାର ନାମ ଫଳକ ଲଗାଯାଇ ନଥିଲା ଏବଂ ନିମ୍ନ ମାନର କାର୍ଯ୍ୟ ଚାଲିଛି ବୋଲି ଅଭିଯୋଗ ହୋଇଥିଲା I ତା’ସହ ଏଥିରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅର୍ଥ ବ୍ୟୟ ବରାଦ କରାଯାଇଛି କିନ୍ତୁ ପ୍ରଥମେ ଯନ୍ତ୍ରପାତି ସାହାଯ୍ୟରେ କାର୍ଯ୍ୟ କରିବା ପରେ ଏହି ଅର୍ଥ ଉଲେଖ କାରାଯାଉ ଥିବା ଅଭିଯୋଗ ହେଉଛି I ପରବର୍ତ୍ତୀ ସମୟରେ କୁକୁଡାଖଣ୍ଡି ସରପଞ୍ଚ ଏ.ଚେନେୟା କେଉଁ ବାବଦରେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଭୁକ୍ତ ନୁହେଁ ଏଥିରେ କୌଣସି ପ୍ରକାର ଦୁର୍ନୀତି ହୋଇ ନାହିଁ ବୋଲି ସ୍ପଷ୍ଟ କରିଥିଲେ I ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୈଳାଶ ପାତ୍ର ମଧ୍ୟ ଏହାକୁ ଏଡାଇ ଦେଇ ଦୁର୍ନୀତି ହୋଇ ନ ଥିବା ସୂଚନା ଦେଇଥିଲେ I କିନ୍ତୁ କେତେ ଟଙ୍କା ବ୍ୟୟ ବରାଦ ହୋଇଛି କହି ପାରି ନ ଥିଲେ I ଅଭିଯୋଗ ଆସିବା ପରେ ତରବାରିଆ ଭାବରେ ନାମଫଳକ ଲାଗିଛି କିନ୍ତୁ ଫଳକରେ ତ୍ରୁଟି ଜଳଜଳ ଦିସୁଛି ବୋଲି ଅଭିଯୋଗ ହୋଇଛି I ଏହାକୁ ନେଇ ଅର୍ଥ ବାଟମାରଣାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି I ଏହାର ତଦନ୍ତ ନିହାତି ଆବଶ୍ୟକ ଓ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଯଦିଓ ଦୁର୍ନୀତି ହୋଇଛି ନିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି I ଶାସକ ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି କୁଆଡେ ଜଣେ ଅଧିକାରୀଙ୍କୁ କୁକୁଡାଖଣ୍ଡିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି I ପୂର୍ବରୁ ସେ ବାଲିପଡ଼ା ଓ ଲାଞ୍ଜିଆ ପଞ୍ଚାୟତ ପରିଚାଳନା କରୁଥିଲେ କିନ୍ତୁ କେଉଁ ପରିସ୍ଥିରେ ତାଙ୍କୁ ମୁଖ୍ୟାଳୟ ଦାୟିତ୍ୱ ଦିଆଗଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି I ଦାୟିତ୍ୱ ନେଉ ନେଉ କୁଢ଼କୁଢ଼ ଦୁର୍ନୀତି, ବିନା ଯୋଜନାରେ ଅର୍ଥ ଖର୍ଚ୍ଚ କରିବା ପରି ସାଙ୍ଘାତିକ ଅଭିଯୋଗ ହେଉଛି I ତେବେ କେତେ ବାଟମାରଣା ହୋଇଛି କେଉଁମାନେ ଏଥିରେ ସମ୍ପୃକ୍ତ ତାହା ତଦନ୍ତ ପରେ ଜଣାପଡିବ ବୋଲି ଲୋକେ କହୁଛନ୍ତି I କିନ୍ତୁ ଗୋଟିଏ କଥା ସ୍ପଷ୍ଟ ବାରି ହେଉଛି ଯେ ଏହି ଦୁର୍ନୀତିରେ ପ୍ରଶାସନିକ ଅଧିକାରୀଙ୍କ ସହିତ ରାଜନେତାଙ୍କ ଭିତିରି ବୁଝାମଣାରେ ଅନ୍ଧାର ଭିତରେ ଛାଇ ସଦୃଶ୍ୟ ସବୁ ଦୁର୍ନୀତି ଲିଭି ଲିଭି ଯାଉଛି I
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା