ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଟୋ ଚାଳକମାନଙ୍କ ପ୍ରତି କୌଣସି ସରକାରୀ ସୁବିଧା ନ ଥିବା ଏପରିକି ଲକ୍ଡାଉନ୍ ସମୟରେ ଉଠା ଦୋକାନୀ ଓ ଶ୍ରମିକଙ୍କ ପରି ଆର୍ଥୀକ ସହାୟତା ମିଳି ନ ଥିବାରୁ ୭ଦଫା ଦାବୀରେ ଜଳେଶ୍ୱର ଅଟୋ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜଳେଶ୍ୱର ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ବହୁ ଅଟୋ ଲୋକଙ୍କ ପରିବହନ କାର୍ଯ୍ୟରେ ସହାୟତା କରି ଆସୁଛନ୍ତି । ଜଳେଶ୍ୱରରୁ ପଶ୍ଚିମ ମେଦିନୀପୁରର ଦାନ୍ତୁନ, ସୋନାକଣିଆ, ସୋଲପଟ୍ଟା, ମୋହନପୁର, ରାଇବଣିଆରୁ ଝାଡଗ୍ରାମ, ଖଡିକାହାଟ, ଜଳେଶ୍ୱରରୁ ରାଇବଣିଆ, ଜଳେଶ୍ୱରୁ ପଶ୍ଚିମବାର୍ଡ, ଜଳେଶ୍ୱରରୁ ଗାନ୍ଧି ଛକ, ଓ ଜଳେଶ୍ୱରରୁ କର୍ମର୍ଦ୍ଦା ଯାତାୟାତ କରିଥାଏ । ପ୍ରତ୍ୟେକ ଅଟୋଚାଳକଙ୍କ ନିଜର ଅଟୋ ନ ଥିବାରୁ ଅନ୍ୟ ଠାରେ ଚାଳକଭାବେ କାର୍ଯ୍ୟ କରିଥାନ୍ତି । ନିକଟରେ ପ୍ରାୟ ୭୦ଦିନ ଲକ୍ଡାଉନ୍ ଯୋଗୁଁ ଅଟୋଚାଳନା ସଂପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା । ଅଟୋ ଚାଳକ ମାନଙ୍କ ଦୁରାବସ୍ଥା ଅବର୍ଣ୍ଣନୀୟ । ଲକ୍ଡାଉନ୍ ବେଳେ ସରକାର କେତେକ ଗୋଷ୍ଠୀଙ୍କୁ ଆର୍ଥୀକ ସହାୟତା ଯୋଗାଇଥିବା ବେଳେ ଅଟୋ ଚାଳକଙ୍କ ପ୍ରତି ସେପରି ସୁବିଧା ସୁଯୋଗ ମିଳିନାହିଁ । ତେଣୁ ସେମାନଙ୍କୁ ଆର୍ଥୀକ ସହାୟତ ହେବା, ମାଗଣାରେ ଟ୍ୟାକ୍ସ, ଇନ୍ସୁର୍ୟାନ୍ସ, ପଲ୍ୟୁସନ ସାଟିଫିକେଟ, ପୂର୍ବବତ୍ ଯାତ୍ରା ପରିହନର ସୁବିଧା, ଅଟୋଚାଳକଙ୍କୁ ଜୋର ଜୁଲମ୍ ଓ ଅତ୍ୟାଚାରରୁ ମୁକ୍ତ କରିବା, ଯାତ୍ରୀ ଓ ଅଟୋଚାଳକ ମାନଙ୍କୁ ବୀମାଭୁକ୍ତ କରିବା, ମାଗଣାରେ ୟୁନିଫର୍ମ ଦେବା, ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡର ସୁବିଧା ଦେବା ଇତ୍ୟାଦି ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସଂଘ ପକ୍ଷରୁ କମଳ ଚକ୍ରବର୍ତ୍ତର, ମନୋରଂଜନ ଦାସ, ଅଶୋକ ଦାସ, ଡ. ଅଜିତ୍ କୁମାର ମହାନ୍ତି, ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା