ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ପାରା ଲିଗାଲ ଭଲ୍ୟୁଣର ଟଙ୍କଧର ବାରିକଙ୍କ ସହଯୋଗରେ ଢେଙ୍କାନାଳର ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସପ୍ତଶଯ୍ୟା ଅଂଚଳରେ କାର୍ଯ୍ୟ କରୁଥିବା ୩୫ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏହି ପରିଚୟପତ୍ରକୁ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିରଞ୍ଚି କୁମାର ରଥ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ, ସଦସ୍ୟ ସ୍ଥାୟୀ ଲୋକ ଅଦାଲତ ହରେକୃଷ୍ଣ କର ଏବଂ ଜିଲ୍ଲା ଶ୍ରମ ନିରୀକ୍ଷକ ହଳଧର ବରାଳ ଏହି ପରିଚୟ ପତ୍ରକୁ ଶ୍ରମିକ ମାନଙ୍କ ମଧ୍ୟରେ ବଣ୍ଟନ କରିବା ସଂଗେ ସଂଗେ ଶ୍ରମ ଅଧିକାର ଆଇନ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି