ଜଳେଶ୍ୱର(ସମୃଦ୍ଧ ଓଡିଶା )ସାଧାରଣତ ସଂକ୍ରାମ ରୋଗଲାଗି ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏବେ ଅଣ ସଂକ୍ରାମକ ରୋଗ ପ୍ରାଦୁର୍ଭାବ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସଂକ୍ରମଣ ରୋଗଦ୍ୱାରା ବହୁ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅଣ ସଂକ୍ରାମକ ରୋଗ ମଧ୍ୟରେ ଡାଇବେଟିସ୍, କେନ୍ସର, ଉଚ୍ଚ ରକ୍ତଚାପ, ହୃଦ୍ଘାତ୍ ରୋଗ ଇତ୍ୟାଦି ବଢିବାରେ ଲାଗିଛି । ଏ ସଂପର୍କରେ ସଚେତନତା ଲାଗି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ପଂଚାୟତର ଦେବକୁମାର ଗାଁରେ ଜାତୀୟ ସ୍ୱାସ୍ଥ୍ୟମିଶନ ସହାୟତାରେ ଆର୍ମସ୍ ସଂଗଠନ ପକ୍ଷରୁ ଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଶ୍ଚିମବାର୍ଡ ସ୍ୱାସ୍ଥ୍ୟକ୍ରେନ୍ଦ୍ରର ଡାକ୍ତର ବାଞ୍ଛବଟ ସାହୁ ଓ ଜମାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଦୀପ କୁମାର ଦତ୍ତ, ହାତୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କରଣ ଏ ସବୁ ରୋଗର ଭୟାବହତା ଓ ନିରାକରଣ ସଂପର୍କରେ ବକ୍ତବ ରଖିଥିଲେ । ଏହିରୋଗରେ ବ୍ୟାପକ ଖର୍ଚ୍ଚ ଘଟୁଥିବାରୁ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍ ଓ ନିଜ ସହିତ ପରିବାର ର ପ୍ରତ୍ୟେକ ସଦସ୍ୟଙ୍କୁ ସଚେତନ କରାଇପାରିଲେ ରୋଗର ପ୍ରାଦୁର୍ଭାବ ଦେଖାଯାଆନ୍ତା ନାହିଁ ବୋଲି ଡାକ୍ତର ମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରର ସଂଯୋଜକ ପ୍ରଦୋଶ କୁମାର ଚନ୍ଦ୍ର ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟକର୍ମୀ ପରିମଳ ସେନ୍ ଓ ଅଶାକର୍ମୀ ପ୍ରିୟଙ୍କା ଜେନା ସହାୟତା କରିଥିଲେ । ରିପୋର୍ଟ : ଭୂପତି କୁମାର ପରିଡା