
ଜଳେଶ୍ୱର (ସମୃଦ୍ଧ ଓଡିଶା) ହଠାତ୍ ଶୁକ୍ରବାର ସକାଳେ ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳରେ କଳାହାଣ୍ଡିଆ ମେଘା ବର୍ଷା ଆରମ୍ଭ କରିଥିଲା । କୋହଲା ପାଗ ସାଂଗକୁ ପବନ ବହିବାରୁ ସଂଧ୍ୟାରେ ମୂଷଳ ଧାରାରେ ବର୍ଷା ହୋଇଥିଲା । ଜଳେଶ୍ୱର ବ୍ଲକରେ ୬୫ ମିମି ବର୍ଷା ହୋଇଥିବାରୁ ଜମିରେ ପାଣି ଛିଡା ହୋଇଛି । ଜଳେଶ୍ୱର ବ୍ଲକରେ ପ୍ରାୟ ୨ହଜାର ହେକ୍ଟର ଜମିରେ ବିଭିନ୍ନ ରବିଚାଷ ହୋଇଛି । ବିଶେଷ କରି ଏବେ ସୋରିଷ ଅମଳ ସମୟ । ଏହା ବ୍ୟତିତ ଆଳୁ ଓ ଚିନାବାଦାମ ଆଉ କିଛିଦିନ ପରେ ଅମଳ ଆରମ୍ଭ ହୋଇଥାନ୍ତା । ମୁଗ, ବିରି, ତିଳ ଇତ୍ୟାଦି ଜମିରେ ପାଣି ଛିଡା ହୋଇଛି । କଖାରୁ, କାକୁଡି, କଲରା, ବିନ୍ସ୍, ନାଡୁକା, ଜହ୍ନି, ବାଇଗଣ, ଜମିରେ ପାଣି ଛିଡା ହୋଇଥିବାରୁ ଗଛଗୁଡିକ ଝାଉଁଳିବା ଆରମ୍ଭ ହୋଇଛି । ଜଳେଶ୍ୱର ଅଞ୍ଚଳରେ ୩୪୮୦ ହେକ୍ଟର ଜମିରେ ମୁଗ ଚାଷ ହୋଇଥିବା ବେଳେ ୧୧୦୦ ହେକ୍ଟର ଜମିରେ କୃଷିବିଭାଗ ୪ କେଜି ଲେଖାଏଁ ମାଗଣା କିଟ ଯୋଗାଇଥିବାରୁ ସେ ଗୁଡିକ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି । ଶିଖରପୁର, ମାକିଡିଆ, ରାୟାଁରାମଚନ୍ଦ୍ରପୁର, ବର୍ତ୍ତନା, ଓଲମରା, ଝାଡପିମ୍ପଳ, ଖୁଲୁଡା, ବାଇଗଣ ବାଡିଆ, ପାଇକସିଦା, ଗଡସାହି ବାଲିଆପାଳ, ଲକ୍ଷ୍ମଣନାଥ, ଗୋବରଘଟା, ସର୍ଦ୍ଦାରବନ୍ଧ, ନଛିମପୁର ପ୍ରଭୃତି ପଞ୍ଚାୟତ ଅଞ୍ଚଳରେ ମୁଗଚାଷ ହୋଇଥିବା ଗୋଷ୍ଠି କୃଷି ଅଧିକାରୀ ସଂର୍ଜ ରାଉତ କହିଛନ୍ତି । ସେହିପରି ଜଳେଶ୍ୱରର ରାୟାଁରାମଚନ୍ଦ୍ରପୁର, ମାକିଡିଆ, ବାଇଗଣ ବାଡିଆ, ଶ୍ରୀରାମପୁର ଇତ୍ୟାଦି ପଂଚାୟତରେ ବିରି ହୋଇଥିବାରୁ ସେସବୁ ସ୍ଥାନରେ ପାଣି ଛିଡା ହୋଇଛି । ପ୍ରକାଶଯୋଗ୍ୟ ଜଳେଶ୍ୱର ବ୍ଳକରେ ଗିରିରାଜ ହାଇବ୍ରିଡ୍ ସୋରିଷ ଚାଷ ହୋଇଥିବାରୁ ସେବୁ ନେଇ ସଂସୟ ସୃଷ୍ଟି ହୋଇଛି । ଚଳିତବର୍ଷ ୩ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଥିବା ବେଳେ ରାୟାଁରାମଚନ୍ଦ୍ରପୁର, ଲକ୍ଷ୍ମଣନାଥ, ଶିଖରପୁର, ଶ୍ୟାମନଗର, ଗୋବରଘଟା, ପାଇକସିଦା, ବାଇଗଣବାଡିଆ, ଝାଡପିମ୍ପଳ ପଞ୍ଚାୟତରେ ଚିନାବାଦାମ ଚାଷ ହୋଇଥିବାରୁ ବର୍ଷା ଯୋଗୁଁ ତାର ଅମଳ ନେଇ ଆଶଙ୍କା ଉପୁଜିଛି । ବର୍ଷାପାଣି ଯୋଗୁଁ ଚାଷ ନଷ୍ଟ ହେବା ସଂପର୍କରେ ଶ୍ୟାମସୁନ୍ଦର ଦଳାଇ, ସନ୍ୟାସୀ ପାଳ, ସୁରେଶ ପାଳ, ପରେଶ ପାଳ, ଗଦାଧର ଦଳାଇ, ବଂଶୀଧର ଗିରି, ଗିରିଜା ଶଂକର ଗିରିି, ହରେନ୍ଦ୍ର ଜେନା, ମାଧବ ଗିରି, ନବ କୁମାର ଗିରି, ରମାନାଥ ଗିରି, ସୁଶାନ୍ତ ଗିରି ପ୍ରମୁଖ ଚାଷୀ ସୂଚନା ଦେଇଛନ୍ତି । ପୋଲିସ୍ ପେଟୋଲିଂକୁ ତ୍ୱାରାନ୍ନିତ କରାଯିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା
