ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ପରଲୋକରେ ଗଭୀର ଶୋକ

ବାରିପଦା:ଜଣେ ସଚ୍ଚା ଭାଷାପ୍ରେମୀ, ନିରଳସ ସାହିତ୍ୟ ସାଧକ,ଭାଷା-ସଂସ୍କୃତିର ଗବେଷକ,ମାତୃଭୂମି ପ୍ରାଣ,ଦରଦୀ ପରୋପକାରୀ ମଣିଷ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ଗତ ରାତ୍ରୀ ୨ଟାରୁ ଚିର ନିଦ୍ରାରେ ଶୋଇଯାଇଛନ୍ତି। ତାଙ୍କର ମୃତ୍ୟୁ ମୟୂରଭଞ୍ଜ ଜିଲ୍ଲାପାଇଁ କେବଳ ନୁହେଁ, ଓଡିଶାର ଓଡିଆ ଭାଷା ଜଗତପାଇଁ ଏକ ଅପୂରଣୀୟ କ୍ଷତି ଘଟାଇଛି ।ମୟୂର ସାହିତ୍ୟ ସଂସଦ, ବେତନଟୀ ଓ ଶତଦଳ ଶିଶୁ ସାହିତ୍ୟ ପ୍ରତିଷ୍ଠାନ,ବେତନଟୀର ସଦସ୍ୟ-ସଦସ୍ୟା-ତାଙ୍କ ଅବର୍ତ୍ତମାନରେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ।ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଈଶ୍ବର ଏ ମହାଦୁଃଖ ଦିନରେ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି  ପ୍ରାର୍ଥନା କରିଛନ୍ତି ।ଗତକାଲି ରାତି ଦୁଇଟାରେ ଭୁବନେଶ୍ୱରସ୍ଥିତ ସୋମ୍ ହସ୍ପିଟାଲ୍ ରେ ବଶିଷ୍ଟ ସରଶ୍ଵତ ସାଧକ ସମୟରଚକ୍ରର ସୈ।ଜନ୍ୟ ସମ୍ପ।ଦକ ଅଧ୍ୟାପକ ପ୍ରଶାନ୍ତ ବେହେରାଙ୍କର ମହାପ୍ରୟାଣ ଘଟିଛି । ଆଜି ଉଦଳା ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇ ତାଙ୍କର ଶେଷ ସତ୍କାର କରାଯାଇଛି  ।ତାଙ୍କର ପତ୍ନୀ ଓ ଯୁକ୍ତଦୁଇ ବିଜ୍ଞାନ ଅଧ୍ୟୟନରତା ଏକମାତ୍ର କନ୍ୟା ସନ୍ତାନ , ସାନଭାଇ ଓ ବାପା-ମାଆଙ୍କୁ ସେ ଶୋକ ସନ୍ତପ୍ତ ଅବସ୍ଥାରେ ଛାଡି ଚାଲିଗଲେ । ସମୟର ଚକ୍ର ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି  ।